ବଳାତ୍କାର ପୀଡ଼ିତାଙ୍କ ବାପାର ପ୍ରତିଶୋଧ, ଅଭିଯୁକ୍ତ ପରିବାରର ୬ ଜଣଙ୍କୁ ହତ୍ୟା

ବିଶାଖାପାଟଣା: ଝିଅକୁ ବଳାତ୍କାର କରାଯିବା ପରେ ତା’ର ବାପା ପ୍ରତିଶୋଧ ପରାୟଣ ହୋଇ ୬ ଜଣଙ୍କୁ ହତ୍ୟା କରିଛି। ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନ୍ତର୍ଗତ ଜଟ୍ଟାଦା ଗାଁରେ। ହତ୍ୟାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଅଭିଯୁକ୍ତ ପରିବାରର।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି। ଏହି ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ପରିବାରର ଜଣେ ସଦସ୍ୟ ହତ୍ୟା ଅଭିଯୁକ୍ତଙ୍କ ଝିଅକୁ ବଳାତ୍କାର କରିଥିଲେ। ଏହା ଜାଣିବା ପରେ ପୀଡ଼ିତାଙ୍କ ବାପା ପ୍ରତିଶୋଧ ପରାୟଣ ହୋଇ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି। ତେବେ ବଳାତ୍କାର ଅଭିଯୁକ୍ତ ଜଣକ ଫେରାର ଅଛନ୍ତି।

Comments are closed.