୧୦ମିନିଟ ବିଳମ୍ବ ପାଇଁ ପତ୍ନୀଙ୍କୁ ଫୋନରେ ମିଳିଲା ତଲାକ୍‍

0

ନୂଆଦିଲ୍ଲୀ: ମାତ୍ର ୧୦ମିନିଟ ବିଳମ୍ବରେ ଘରେ ପହଞ୍ôଚବା ଅପରାଧରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଫୋନ୍‍ରେ ତଲାକ ଦେଇଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଇଟା ଜିଲାରେ। ଗୋଟିଏ ପଟେ ତଲାକକୁ ଆଇନତଃ ଅସିଦ୍ଧ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଅନ୍ୟ ପଟେ ଗୋଟିଏ ପରେ ଗୋଟିଏ ଏଭଳି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ମହିଳାଜଣକ ତାଙ୍କ ଅସୁସ୍ଥ ବୁଢ଼ୀମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ସ୍ୱାମୀଙ୍କ ଅନୁମତି ନେଇ ବାପ ଘରକୁ ଯାଇଥିଲେ। ୩୦ମିନିଟ ମଧ୍ୟରେ ଫେରିବାକୁ ମହିଳା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଫେରିବାରେ ୧୦ମିନିଟ ବିଳମ୍ବ ହୋଇଯାଇଥିଲା। ଏହାର ଦଣ୍ଡ ସ୍ୱରୂପ ମହିଳାଙ୍କୁ ତାଙ୍କ ସ୍ୱାମୀ ମୋବାଇଲ୍‍ ଫୋନ୍‍ରେ ୩ଥର ତଲାକ ଦେଇଥିବା ଅଭିଯୋଗ ହୋଇଛି। ସ୍ୱାମୀଙ୍କ ଏଭଳି ବ୍ୟବହାର ମହିଳା ଓ ତାଙ୍କ ପରିବାରକୁ ସ୍ତବ୍ଧ କରିଦେଇଥିଲା।
ମହିଳାଙ୍କ ଅଭିଯୋଗ ଅନୁଯାୟୀ ଶ୍ୱଶୁର ଘର ଲୋକେ ଦାବି ମୁତାବକ ଯୌତୁକ ଦେଇ ପାରି ନଥିବାରୁ ପ୍ରାୟତଃ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଶ୍ୱଶୁର ଘର ଲୋକଙ୍କ ମାନସିକତା ଓ ବ୍ୟବହାର ଦେଖିବା ପରେ ମହିଳା ଜଣକ ଅନୋନ୍ୟପାୟ ହୋଇ ଗର୍ଭପାତ କରିଥିବା କହିଛନ୍ତି।
ଏହି ଘଟଣାରେ ମହିଳାଙ୍କ ପରିବାରବର୍ଗ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ସରକାର ଯଦି ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୁଅନ୍ତି ତେବେ ଆଗାମୀ ଦିନରେ ମହିଳାଜଣକ ଆତ୍ମହତ୍ୟା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳ ଅଲ୍ଲୀଗଞ୍ଜ ଅଜୟ ଭଦୁରିଆ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ସେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Leave A Reply