ପିଲାଦିନର ବନ୍ଧୁକୁ ଘର ଉପହାର: ଚର୍ଚାରେ ତାମିଲନାଡ଼ୁର ନାଗେନ୍ଦ୍ରନ ଓ ମୁଥୁକୁମାରଙ୍କ ବନ୍ଧୁତ୍ବ

ଚେନ୍ନାଇ: ପିଲାଦିନର ବନ୍ଧୁତା ସବୁଠାରୁ ସ୍ମରଣୀୟ ଦିନ । ମାତ୍ର ୩୦ ବର୍ଷ ପରେ ଜଣେ ବନ୍ଧୁ ପିଲାଦିନର ବନ୍ଧୁ ପାଇଁ ଗୋଟିଏ ଘର ଉପହାର ଦେବା ପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ତାମିଲନାଡ଼ୁର ମୁଥୁକୁମାର ଓ କେ. ନାଗେନ୍ଦ୍ରନଙ୍କ ବନ୍ଧୁତା ଚର୍ଚା ଏବେ ସବୁଆଡ଼େ ।  ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ମୁଥୁକୁମାରଙ୍କୁ ତାଙ୍କ ପିଲାଦିନର ବନ୍ଧୁ ନାଗେନ୍ଦ୍ରନ୍ ଏହି ଦୀପାବଳିରେ  ଦ୍ୱାରା ଏକ ନୂତନ ଘର ଉପହାର ଦେଇଛନ୍ତି।

ଲକଡ଼ାଉନରେ ବେକାର ଥିବା ମୁଥୁକୁମାର ଜଣେ ଟ୍ରକ ଡ଼୍ରାଇଭର । ଲକଡ଼ାଉନ ସମୟରେ ସେ କାମ ହରାଇଥିଲେ ଓ ତାଙ୍କର ଆର୍ଥିକ ସମସ୍ୟା ଅତ୍ୟନ୍ତ ଗୁରୁତର ।  ମୁଥୁ ପ୍ରତି ମାସରେ ୧୦ରୁ ୧୫  ହଜାର ଟଙ୍କା ରୋଜଗାର କରୁଥିଲେ | ମାତ୍ର ଲକଡ଼ାଉନ ଯୋଗୁଁ ତାଙ୍କର ଚାକିରି ଚାଲି ଯାଇଥିଲା । ମାତ୍ର ଲକଡ଼ାଉନ ପରେ ତାଙ୍କର ଆୟ ମାସିକ ହଜାରେରୁ ୨ ହଜାର ଟଙ୍କାକୁ ଖସି ଆସିଥିଲା । ଏହି ଟଙ୍କାରେ ତାଙ୍କ ଏବଂ ପରିବାର ଚଳାଇବା ସମ୍ଭବ ନ ଥିଲା । ପୁଣି ଏହି ସମୟରେ ଝଡ଼ରେ ତାଙ୍କ ଘର ନଷ୍ଟ ହୋଇ ଯାଇଥିଲା । ଏପରିକି ଘର ମରାମତି କରିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା ।

ଏହି ସମୟରେ ତାଙ୍କର ପିଲା ଦିନର ବନ୍ଧୁ ତଥା ସ୍କୁଲ ଶିକ୍ଷକ କେ.ନାଗେନ୍ଦ୍ରନ ସହାୟତା ପାଇଁ ଆଗେଇ ଆସିଥିଲେ । ନାଗେନ୍ଦ୍ରନ ଯେତେବେଳେ ମୁଥୁଙ୍କ ସମସ୍ୟା କଥା ଶୁଣିଲେ ସେତେବେଳେ ସେ ଏକ ହ୍ବାଟ୍ସଆପ ଗ୍ରୁପ କରି ମୁଥୁଙ୍କ ପାଇଁ ଘରଟିଏ ନିର୍ମାଣ କରିବାକୁ ପାଣ୍ଠି ସଂଗ୍ରହ କରିବା ଆରମ୍ଭ କରିଥିଲେ । ତାଙ୍କର ସ୍କୁଲ ବନ୍ଧୁମାନଙ୍କ ସହ ମିଶି ୩ ମାସ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । ଏହାପରେ ଜଣେ ଇଞ୍ଜିନିଅରଙ୍କ ସହାୟତାରେ ନାଗେନ୍ଦ୍ରନ ଓ ତାଙ୍କ ସାଙ୍ଗମାନେ ମୁଥୁଙ୍କ ପାଇଁ ଏକ ଘର ନିର୍ମାଣ କରିଥିଲେ । ଗତ ଦୀପାବଳି ଦିନ ସେମାନେ ମୁଥୁଙ୍କୁ ତାଙ୍କୁ ଘର ଉପହାର ଦେଇଛନ୍ତି ।

Comments are closed.