ନାବାଳିକା ସାବତ ଝିଅକୁ ଦୁଷ୍କର୍ମ – ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଫାଷ୍ଟ ଟ୍ରାକ କୋର୍ଟ

ରାଏପୁର: ରାଏପୁରର ଏକ ଫାଷ୍ଟ ଟ୍ରାକ କୋର୍ଟ ନାବାଳିକା ସାବତ ଝିଅ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବାପାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ପୀଡିତାର ମା ଏହି ଘଟଣାକୁ ପ୍ରଶ୍ରୟ ଦେବା ଅଭିଯୋଗରେ ମଧ୍ୟ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ଫାଷ୍ଟ ଟ୍ରକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ରାଜୀବ କୁମାର ୪୭ ବର୍ଷୀୟ ଅଭିଯୁକ୍ତକୁ ଦୁଷ୍କର୍ମ ଓ ନାବାଳିକା ପ୍ରତି ଯୌନ ବ୍ୟଭିଚାର ଭଳି ଧାରାରେ ଦଣ୍ଡାଦେଶ କରିଛନ୍ତି। କୋର୍ଟ ମଧ୍ୟ ଏହି ମାମଲାରେ ତାଙ୍କୁ ୭୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଅନ୍ୟ ପକ୍ଷରେ ଦୁଷ୍କର୍ମ ଘଟଣାକୁ ପ୍ରଶ୍ରୟ ଦେଇଥିବା ଅଭିଯୋଗରେ ପୀଡ଼ିତାଙ୍କ ମା ବିରୋଧରେ ପୋକସୋ ଆଇନ ଅନୁଯାୟୀ ଦଫା ଲାଗୁ ହେବା ସହ କୋର୍ଟ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି।

ସୂଚନାଯୋଗ୍ୟ, ରାଏପୁରର ସେହି ୧୦ ବର୍ଷୀୟ ନାବାଳିକା ସହ ତାର ସାବତ ବାପା ୨୦୧୮ରୁ ୨୦୧୯ ଏପ୍ରିଲ ମଧ୍ୟରେ ଅନେକ ଥର ଦୁଷ୍କର୍ମ କରିଥିଲା। ମା ଏକଥା ଯାଇ ସୁଦ୍ଧା କୌଣସି ବାରଣ କରି ନଥିଲା।

Comments are closed.