ଅଭାବନୀୟ: ଭୋକ ବିକଳରେ ଅଇଁଠା ପତ୍ରରୁ ଖାଦ୍ୟ ସାଉଁଟି ଖାଇଲେ ଅସହାୟ ବ୍ୟକ୍ତି

ମାହାଙ୍ଗା: ଦେଶରେ କେହି ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଖାଦ୍ୟ ନିରାପତ୍ତା ଆଇନ। ରାଜ୍ୟ ସରକାର ମଧ୍ୟ ଗରିବଗୁରୁବାଙ୍କ ପେଟ ପାଇଁ ଅନେକ ଯୋଜନା କରିଛନ୍ତି। ମାତ୍ର ଇତି ମଧ୍ୟରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଆଜି ସଟଡାଉନ୍‌ ସୟମରେ ଭୋକ ବିକଳରେ ଜଣେ ଅସହାୟ ବ୍ୟକ୍ତି ଅଇଁଠା ପତ୍ରରୁ ଖାଦ୍ୟ ଗୋଟାଇ ଖାଉଥିବା ଦେଖିବାକୁ ମିଳିଥିଲା। ବ୍ୟକ୍ତି ଜଣକ ପିପି କଲେଜ ନିକଟ ହୋଟେଲ ପାଖରେ ପଡ଼ିଥିବା ଅଇଁଠା ପତ୍ର ସାଉଁଟି ସେଥିରୁ ଖାଦ୍ୟ ଗୋଟାଇ ଖାଉଥିଲେ। ଅନେକ ସମୟ ଅଇଁଠା ପତ୍ର ସବୁ ଖୋଜିଲା ପରେ ଗୋଟିଏ ପତ୍ରରେ କିଛି ଖାଦ୍ୟ ଥିବା ଦେଖି ଖୁସି ତାଙ୍କର କହିଲେ ନସରେ। ସଙ୍ଗେସଙ୍ଗେ ସେହି ପତ୍ରରେ ଥିବା ଅଇଁଠା ବଳକା ଖାଦ୍ୟକୁ ସେ ତରତର ହୋଇ ଖାଇବାକୁ ଲାଗିଥିଲେ। ଦେଶ ତଥା ଜନତାଙ୍କ ମଙ୍ଗଳ ପାଇଁ ସରକାର ନାନାଦି ଯୋଜନା ଆଣୁଥିବା ବେଳେ ଭୋକ ବିକଳରେ ଅସହାୟ ବ୍ୟକ୍ତି ବାସୀ ଅଇଁଠା ଖାଇବାର ଦୃଶ୍ୟ ବାସ୍ତବରେ ଦୁଃଖର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

 

 

Comments are closed.