ଧାନ ଖଳାରେ ଟ୍ରାକ୍ଟର ତଳେ ଚାପି ହୋଇ ଯୁବକ ମୃତ

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ପୁରୁଣା ବହିରା ଗ୍ରାମରେ ସୋମବାର ଧାନ ଖଳାରେ ଧାନ ମଡାଉଥିବା ବେଳେ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ପୁରୁଣା ବହିରା ଗ୍ରାମର ପଦ୍ମ ସାହୁ(୩୫) ସକାଳୁ ନିଜ ଭାଇ ସହ ଖଳାରେ ଟ୍ରାକ୍ଟର ଯୋଗେ ଧାନ ମଡାଉଥିବା ବେଳେ ଅସାବଧାନତା କାରଣରୁ ପଦ୍ମ ଟ୍ରାକ୍ଟର ତଳେ ପଡି ଚାପିି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ବାଉଁଶୁଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ସହ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲା। ଏନେଇ ବାଉଁଶୁଣୀ ଥାନାରେ ଥାନା କେସ ନଂ ୧୪୦/୨୦ରେ ଏକ ମାମଲା ହୋଇଥିବା ସହ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ମଧୁସୁଦନ କହଁର ପ୍ରକାଶ କରିଛନ୍ତି।