ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

ଖଡିଆଳ : ନୂଆପଡା ଜିଲା ଖଡିଆଳ ଡୁଆଝର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗ୍ରାମର ଚିନୁ ସରାଫ ଗ୍ରାମର ଡ୍ରଗେଶ୍ୱର ମେହେରଙ୍କ ଖପର ଘର ସଜାଡୁଥିବା ବେଳେ ଉପରେ ଯାଇଥିବା ବିଦ୍ୟୁତ ତାର ତାଙ୍କ ସଂସ୍ପର୍ଶରେ ଆସି ଯାଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇ ଛାତରୁ ତଳକୁ ପଡି ଯାଇଥିଲେ। ତଳେ ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଫଳରେ ଗ୍ରାମରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଖଡିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ନେଇ ଏସଆଇ ରେବତୀ ଦୁର୍ଗା ପ୍ରକାଶ କରିଛନ୍ତି। ମୃତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି।

Comments are closed.