ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ପଂଚାୟତର ବିରୀଗୁଡା ଗ୍ରାମର ଜଣେ ଯୁବକ ଆଜି କାମ କରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବିରୀଗୁଡା ଗ୍ରାମର ସୁଦୁ ଭତରା(୩୫) ଆଜି ନିଜ ଗ୍ରାମ ପାଖ ଭଣ୍ଡିଆ ଗ୍ରାମକୁ ନୀଳଗିରି ଗଛ କାଟିବା ପାଇଁ ଯାଇ ନିଜ ଘରକୁ ବାଇକ ଯୋଗେ ସନ୍ଧ୍ୟାରେ ଫେରିବା ବେଳେ ଚଚରାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮ ଯୋଗେ ପାପଡାହାଣ୍ଡି ଡାକ୍ତରଖାନାକୁ ପଠାଇବା ସମୟରେ ପହଞ୍ଚିବା ପୂର୍ବରୁ ତଣ୍ଡାଗୁଡ଼ା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପାପଡାହାଣ୍ଡି ଡାକ୍ତରଖାନାରେ ମୃତଦେହ ପଡ଼ିଥିବା ବେଳେ ପୁଲିସ ଏ ପର୍ୟ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଜଣାପଡିଛି।

Comments are closed.