ବାଇକ୍-ଲୁନା ମୁହାଁମୁହିଁ, ଜଣେ ମୃତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନଦୀ କୂଳ ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ଅପରାହ୍ନରେ ବାଇକ୍ ସହ ଏକ ଲୁନାର ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରୁ ତିନି ଗୁରୁତରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ତେଲକୋଇ ଥାନା ବାଲେଶ୍ଵର ଗ୍ରାମର ପଙ୍କଜ ନାଏକ(୫୦) ବୋଲି ଜଣାପଡିଛି । ଅନ୍ୟ ଦୁଇ ଗୁରୁତର ହେଲେ ମୃତକଙ୍କ ପୁଅ ପିଙ୍କୁ ନାଏକ (୨୨) ଓ ସଦାନନ୍ଦ ନାଏକ । ଦୁର୍ଘଟଣା ଘଟିବା ପରେ ଟିଭିଏସ୍ ଚାଳକ ଗାଡି ନେଇ ଫେରାର ହୋଇଯାଇଛନ୍ତି । ତୁରୁମୁଙ୍ଗା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ କେନ୍ଦୁଝରରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଛି।

Comments are closed.