ଦୁବେଇପେଣ୍ଠ ଛକ ନିକଟ ବାଇକ ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା-ବିଲ୍ଲା ରାସ୍ତାର ଦୁବେଇପେଣ୍ଠ ଛକ ନିକଟରେ ଗତକାଲି ଅପରାହ୍ନରେ ଏକ ଅଜଣା ବୋଲେରୋ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ । ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଗୋଜିଟାଙ୍ଗିରି ଗ୍ରାମର ମିତ୍ରଭାନୁ ନାୟକଙ୍କ ପୁଅ ବାପୁନ ନାୟକ(୨୨)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ୍ କେନ୍ଦୁଝର ଯାଇ ମୃତକର ବ୍ୟବଚ୍ଛେଦ କରାଇ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

ସୂଚନାଯୋଗ୍ୟ, ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କରଞ୍ଜିଆ ଓ ପରେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଦ୍ବୟଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା ।

Comments are closed.