ଅଜଣା ଗାଡ଼ି ଧକ୍କାରେ ଗୁରୁତର ଯୁବକଙ୍କ ମୃତ୍ୟୁ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଗତ ରାତି ତୁରୁମୁଙ୍ଗାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଜଣେ ବାଇକ୍ ଆରୋହୀଙ୍କୁ ଅଜଣା ଗାଡ଼ି ସାଇଡ ମାରିବାରୁ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ଯୁବକଜଣଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଟାଉନ ଥାନା ବାଲିଇଗୋଡା ଗ୍ରାମର ଗୋଲକବିହାରୀ ଜେନାଙ୍କ ପୁଅ ବିଭୁ ରଞ୍ଜନ ଜେନା (୨୨) ବୋଲି ଜଣାପଡିଛି। ସେ କୌଣସି କାମରେ ତୁରୁମୁଙ୍ଗା ଆସି ଘରକୁ ଫେରୁଥିବା ସମୟରେ ରାତି ପାଖାପାଖି ସାଢ଼େ ଦଶଟା ସମୟରେ ଚିଲିଦା ନିକଟରେ ତାଙ୍କ ବାଇକକୁ ଏକ ଅଜଣା ଗାଡ଼ି ସାଇଡ ମାରିଥିଲା ।

Comments are closed.