କିଟନାଶକ ପିଇ ଯୁବକ ମୃତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ପଞ୍ଚାୟତ ବାଙ୍କପାଟୁଳି ଗ୍ରାମର ଭୀମ ମୁଣ୍ଡା(୩୦)ଙ୍କର କିଟନାଶକ ପିଇ ମୃତ୍ୟୁ ଘଟିଛି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା କାରଣରୁ ମାନସିକ ଭାରସାମ୍ୟ ହରାଇ ଭୀମ ଗତକାଲି କିଟନାଶକ ଖାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଦିନ ୧୦ ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟ ନାରାୟଣ ପରିଡା ଆଜି ମୃତଦେହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ମରଶରୀର ହସ୍ତାନ୍ତର କରିଛନ୍ତି ।

Comments are closed.