ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପାଟଣା: ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମରେ ଆଜି ମଧ୍ୟାହ୍ନରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ଖୁଣ୍ଟାପଡା ଗ୍ରାମର ଦିଗାମ୍ବର ବାରିକ(୬୩) ବୋଲି ଜଣାପଡିଛି। ସେ ଗାଁ ପୋଖରୀରେ ଗାଧୋଉଥିବା ସମୟରେ ଗୋଡ଼ ଖସି ପାଣିରେ ବୁଡି ଯାଇଥିଲେ। ଘରକୁ ନ ଫେରିବାରୁ ଖୋଜାଖୋଜି ସମୟରେ ପୋଖରୀରେ ବୁଡି ଯାଇଥିବା ଜଣାପଡିବା ପରେ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରି ପାଟଣା ମେଡିକାଲକୁ ନେଇଥିଲେ। ଏନେଇ ତୁରୁମୁଙ୍ଗା ପୁଲିସକୁ ଖବର ଦିଆଯିବା ପରେ ତୁରୁମୁଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।

Comments are closed.