ସିଙ୍ଗଡା ନଦୀରେ ବୁଡି ଜଣେ ମୃତ

କଣିହାଁ: କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ରଂଜାଗୋଳ ଗ୍ରାମର କୁମ୍ଭାର ଭୋଇ(୫୫) ନାମକ ଜଣେ ବ୍ୟକ୍ତିର ନିକଟସ୍ଥ ସିଙ୍ଗଡା ନଦୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ସମଲ ପୁଲିସ ପହଁଚି ତଦନ୍ତ ଚଳାଇଛି।

ରଂଜାଗୋଳ ଗ୍ରାମର କୁମ୍ଭାର ଭୋଇ ବୁଧବାର ଅପରାହ୍ନ ପ୍ରାୟ ୧ଘଟିକା ସମୟରେ ଘରୁ ଆସି ଆଉ ଫେରି ନ ଥିଲେ। ପରେ ପରିବାର ଲୋକେ ଖୋଜାଖୋଜି କରିବାରେ ଅପରାହ୍ନ ପ୍ରାୟ ୩ଘଟିକା ସମୟରେ ସିଙ୍ଗଡା ନଦୀ କୂଳରେ ମରି ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ସାନତ୍ରିବିଡା ସରପଂଚ ବାବୁଲା ସେଠୀ, କଣିହାଁ ଆରଆଇ ଘଟଣାସ୍ଥଳରେ ପହଁଚିଥିଲେ। କୁମ୍ଭାର ଭୋଇର ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସରପଂଚ ବାବୁଲା ସେଠୀ ଦାବୀ ଜଣାଇଛନ୍ତି।

Comments are closed.