କରଡେଇ ଘାଟରେ ଟିକିରା ନଦୀରେ ବୁଡି ଜଣେ ମୃତ

କଣିହାଁ: ଅନୁଗୋଳ ଜିଲା କଣିହାଁ ବ୍ଲକ ଅନ୍ତର୍ଗତ କରଡେଇ ଘାଟରେ ଟିକିରା ନଦୀରେ ବୁଡି ରବିବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ଥାନା ଅନ୍ତର୍ଗତ ଚିନ୍ତାମଣିପୁର ଗ୍ରାମର ପବିତ୍ର ପ୍ରଧାନ(୫୦)।

ପବିତ୍ର ରବିବାର ଦିନ ସକାଳ ପ୍ରାୟ ୧୧ଘଟିକା ସମୟରେ ଟିକିରା ନଦୀରେ ଡ଼ଙ୍ଗା ସାହାଯ୍ୟରେ ପାର ହୋଇ ଏନଟିପିସି ପଟକୁ ଆସୁଥିଲେ। ଡଙ୍ଗାରେ ନାଉରୀକୁ ଛାଡିଦେଲେ ମାତ୍ର ୨ଜଣ ଲୋକ ଥିଲେ। ଡଙ୍ଗା କିଛି ବାଟ ଯିବା ପରେ କୌଣସି କାରଣବଶତଃ ପବିତ୍ର ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲେ। ପାଖ ଲୋକ ପ୍ରଥମେ ଖୋଜିବା ସହ ପରେ କଣିହାଁ ଦମକଳ ବାହିନୀ ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ। ପରେ ମାଛଧରା ଜାଲ ସାହାଯ୍ୟରେ ପଵିତ୍ରଙ୍କୁ ମୃତ ଅବସ୍ଥାରେ ଅପରାହ୍ନ ପ୍ରାୟ ସାଢ଼େ ୧ ଘଟିକା ସମୟରେ ଉଦ୍ଧାର କରାଯାଇଥିଲା। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Comments are closed.