ଛାତରୁ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗ୍ରାମର ହରିଜନ ସାହିରେ ଗୁରୁବାର ଦିନ ନିଜ ଘର ଛାତ ଉପରେ କାମ କରୁଥିବା ବେଳେ ତଳେ ପଡ଼ି ଗୁରୁତର ହୋଇଥିଲେ ସୁଶାନ୍ତ ନାୟକ(୪୫) । ଘର ନିକଟରୁ ପରିବାର ଲୋକେ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ମୁଣ୍ଡ ଓ ଜିଭରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ତ୍ରିଶୁଳ ସେନାପତି ସୂଚନା ଦେଇଛନ୍ତି। ଏ ନେଇ ମୋହନା ଥାନା ପକ୍ଷରୁ ଏକ ଅପମୃତ ମାମଲା ୭/୨୧ରେ ରୁଜୁ କରି ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବେବଚ୍ଛେଦ ପାଇଁ ପଠାଯାଇଥିବା ମୋହନା ଥାନା ପକ୍ଷରୁ ସୂଚନା ମିଳିଛି ।

Comments are closed.