ଫିନାଇଲ ପିଇ ଆତ୍ମହତ୍ୟା

ପାଟଣା: ମୟୂରଭଞ୍ଜ ଜିଲା କରଞ୍ଜିଆ ଗୌରାଙ୍ଗ ସାହିର ନୀଳମଣି ଦାସ(୫୯) ନାମକ ବ୍ୟକ୍ତି ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି। କୌଣସି କାରଣକୁ ନେଇ ସେ ଫିନାଇଲ ପିଇଦେବା ପରେ ପରିବାର ଲୋକେ ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ କେନ୍ଦୁଝରରୁ କଟକ ନିଆଯିବା ବେଳେ ଘଟଗାଁ ନିକଟରେ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.