ଋଣ ଭାର ସହି ନପାରି ଆତ୍ମହତ୍ୟା ଅଭିଯୋଗ

କେଶଦୁରାପାଳ: ଆନନ୍ଦପୁର ପାଟରାସାହି ୩ନମ୍ବର ୱାର୍ଡର ଦିନବନ୍ଧୁ ପଟ୍ଟନାୟକ(୫୫) ନିଜ ବାଡ଼ି ପଛପଟେ ଦଉଡ଼ିଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ଦିନବନ୍ଧୁ ଆର୍ଥିକ ଅନଟନ ଦେଇ ଗତିକରୁଥିବା ବେଳେ କରୋନା ସମୟରେ ନିଜର ବୃତ୍ତି ହରାଇ ଋଣ କରିଥିବା ଜଣାଯାଇଛି। କିଛିଦିନ ତଳେ ତାଙ୍କର ଏକ ମାତ୍ର ଝିଅର ବାହାଘର କରିଥିବା ବେଳେ ଋଣ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଋଣ ସୁଝି ନପାରି ଋଣ ଭାର ଯୋଗୁଁ ଦୁଶ୍ଚିନ୍ତାରେ ମାନସିକ ଭାରସ୍ୟମ ହରାଇ ନିଜ ବାଡ଼ି ପଛ ପଟେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ତାଙ୍କ ଘର ଲୋକ ଖୋଜା ଖୋଜି କଲାପରେ ବାଡିପଟ ଆମ୍ବ ଗଛରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆନନ୍ଦପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ସନ୍ଧ୍ୟା ହୋଇ ଯିବାରୁ ବ୍ୟବଛେଦ ହୋଇପାରି ନ ଥିବା ଜଣାଯାଇଛି ।

Comments are closed.