ନିଆଁରେ ପୋଡ଼ି ଯୁବକଙ୍କ ମୃତ୍ୟୁ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଚନାବେଡା ଗ୍ରାମରେ ନିଆଁରେ ପୋଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସୂଚନାମତେ, ଚନାବେଡା ଗ୍ରାମର ମାଝିପଡାର ମନୋଜ ମାଝୀ ନାମକ ବିବାହିତ ଯୁବକ ମଦ୍ୟପାନ କରୁଥିବା କାରଣରୁ ତାଙ୍କ ସ୍ତ୍ରୀ ପିଲାଛୁଆଙ୍କୁ ଧରି ତାଙ୍କ ଘରର କବାଟକୁ ବନ୍ଦ କରି ଗତ ୩ ମାସ ତଳେ ତାଙ୍କ ବାପା ଘରକୁ ଚାଲି ଯାଇଛନ୍ତି। ସେହି ଦିନରୁ ମନୋଜ ବାହାରେ ବୁଲାବୁଲି କରୁଥିଲେ। ହେଲେ ଗତକାଲି ମନୋଜ ମଦ୍ୟପାନ କରି ତାଙ୍କ ଘରର କବାଟ ଭାଙ୍ଗି ରାଗରେ ଖଟ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୋଡାପୋଡି କରିଥିଲେ। ଏହି ସମୟରେ ନିଆଁ ଲାଗି ମନୋଜଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଖବର ପାଇ ପୁଲିସ ସାଇଣ୍ଟିଫିକ ସହାୟତାରେ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କାରଣ ଜଣାପଡି ନ ଥିବା ସୂଚନା ମିଳିଛି।

Comments are closed.