ସମବାୟ ବ୍ୟାଙ୍କରେ ଜଳିଗଲେ ସମ୍ପାଦକ

ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ଲୋଚାପଡ଼ା ସେବା ସମବାୟ ସମିତି ଲିମିଟେଡ଼ ବ୍ୟାଙ୍କ ତଥା ଡିପୋଜିଟ କାଉଣ୍ଟରରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଏହାର ସମ୍ପାଦକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ସମ୍ପାଦକଙ୍କ ନାଁ ଜଗନାଥ ପାତ୍ର। ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଲୋଚାପଡା ଗ୍ରାମରେ ଥିବା ଏହି ସମବାୟ ବ୍ୟାଙ୍କର ସମସ୍ତ କର୍ମଚାରୀ ଆଜି ମଧ୍ୟାହ୍ନ ଭୋଜନ ପାଇଁ ବ୍ୟାଙ୍କ ବାହାରକୁ ଯାଇଥିବା ବେଳେ ଜଗନାଥ ଏକାକୀ ବ୍ୟାଙ୍କରେ ଥିଲେ। ଏହି ସମୟରେ ଏକ କମ୍ପ୍ୟୁଟରରୁ ହଠାତ ନିଆଁ ବାହାରି ଜଗନ୍ନାଥଙ୍କୁ ନିମିଷକ ମଧ୍ୟରେ ପୋଡି ଦେଇଥିଲା ବୋଲି ଶୁଣିବାକୁ ମିଳୁଛି। ତେବେ ତଦନ୍ତ ଶେଷ ହେବା ପରେ ହିଁ ସମ୍ପାଦକଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୁଲିସ କହିଛି।

Comments are closed.