ମମତାଙ୍କ ବିରୋଧରେ ଏତଲା

0

ଗୌହାଟୀ: ଆସାମ ଏନଆରସି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ‘ଗୃହଯୁଦ୍ଧ’ ମନ୍ତବ୍ୟ ଯୋଗୁଁ ତାଙ୍କ ନାମରେ ଏତଲା ଦିଆଯାଇଛି। ଘୃଣା ଓ ଅଶାନ୍ତି ସୃଷ୍ଟି ଏବଂ ଦେଶକୁ ଭାଗ ଭାଗ କରିବାକୁ ଉଦ୍ୟମ ଅଭିଯୋଗରେ ତାଙ୍କ ନାମରେ ଦିବ୍ରୁଗଡ଼ର ତିନିଜଣ ବିଜେପି କର୍ମୀ ଏହି ଏତଲା ଦେଇଛନ୍ତି।
ସୂଚନାଯୋଗ୍ୟ, ଆସାମର ଏନ୍‍ଆରସି ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‍ ପଡ଼ିବା ପରେ ମମତା କହିଥିଲେ ଯେ ରାଜନୈତିକ ଉଦେଶ୍ୟ ରଖି ଏନଆରସି ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ବିଜେପି ଲୋକଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି। ଏଥିଯୋଗୁଁ ଦେଶରେ ଗୃହଯୁଦ୍ଧ ସୃଷ୍ଟି ହେବ।
ଅପରପକ୍ଷରେ ମମତାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଥିଲେ ଯେ ମମତା ଭୋଟ ରାଜନୀତି ପାଇଁ ଏଭଳି କହୁଛନ୍ତି। ଅମିତ ଶାହାଙ୍କ ମନ୍ତବ୍ୟକୁ ନେଇ ଆଜି ରାଜ୍ୟସଭାରେ ହଟ୍ଟଗୋଳ ହୋଇଛି।

Leave A Reply