ମମତା ବିଜେପି ବିରୋଧୀ ସାମ୍ମୁଖ୍ୟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

0

କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ବିଜେପି ବିରୋଧୀ ସାମ୍ମୁଖ୍ୟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଯାଇଛି। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ଏଠାରେ ମମତାଙ୍କୁ ସାକ୍ଷାତ କରିବା ସହ ସାମ୍ମୁଖ୍ୟର ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରିଛନ୍ତି। ଓମାର କହିଛନ୍ତି ଯେ ‘ଆମେ ମମତାଙ୍କୁ ରାଜଧାନୀ ଦିଲ୍ଲୀ ନେବୁ। ଫଳରେ ସେ କଲକାତାରେ ଯେଉଁ କାମ କରିଛନ୍ତି ତାକୁ ସାରା ଦେଶରେ କାର୍ଯ୍ୟକାରୀ କରିପାରିବେ।’ ଏହି ଅବସରରେ ସେ ଜାମ୍ମୁ-କାଶ୍ମୀରର ପରିସ୍ଥିତି ବାବଦରେ ମମତାଙ୍କୁ ଅବଗତ କରାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ଘେରିବା ପାଇଁ ମହାମେଣ୍ଟ ଗଠନ ପାଇଁ ବିରୋଧୀ ଦଳଗୁଡିକ ଯୋଜନା ଚଳାଇଛନ୍ତି। ଏଥିପାଇଁ ବିଭିନ୍ନ ମହଲରେ ଆଲୋଚନା ଜାରି ରହିଛି।

Leave A Reply