ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହିଁ: ମମତା

0

ନୂଆଦିଲ୍ଲୀ: ବିଜେପି ବିରୋଧରେ ଜାତୀୟସ୍ତରରେ ପ୍ରସ୍ତାବିତ ମହାମେଣ୍ଟର ପ୍ରଧାନମନ୍ତ୍ରୀ ଦୌଡ଼ ପଦରେ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏବେ କିଭଳି ସବୁ ଦଳ ମିଶି କାମ କରିପାରିବେ ଓ ମିଳିତ ଭାବେ ନିର୍ବାଚନ ଲଢ଼ିବେ ତାହା ଉପରେ ଆଲୋଚନା ହେଉଛି। ସାଧାରଣ ନିର୍ବାଚନ ପରେ ଯଦି ବିଜେପି ବିରୋଧରେ ବିଜୟ ଲାଭ ପରେ ହିଁ ଏ ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନୂଆଦିଲ୍ଲୀ ଗସ୍ତ ଅବସରରେ ମମତା କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ସହିତ ୨୦୧୯ ଜାନୁଆରୀ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ମହାସମାବେଶରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ନୂଆଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‍ ଓ ଅହମ୍ମଦ ପଟେଲ୍‍ଙ୍କ ସମେତ ଅନ୍ୟ ଦଳର ତୁଙ୍ଗ ନେତାଙ୍କ ସହିତ ମମତା ସାକ୍ଷାତ କରିଛନ୍ତି। କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ମମତା ଓ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସାକ୍ଷାତ ଆଲୋଚନା। ଆଡ୍‍ଭାନୀଙ୍କ ସହିତ ମମତା ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ।
ବିରୋଧୀ ଦଳକୁ ଭାଗ ଭାଗ କରିବାକୁ ବିଜେପି ଚେଷ୍ଟା କରୁଛି ଏବଂ ଏଥିରେ ସେମାନେ ସଫଳ ହେବ ନାହିଁ। ବରଂ ୨୦୧୯ ନିର୍ବାଚନରେ ବିଜେପି ପରାସ୍ତ ହେବ ବୋଲି ମମତା କହିଛନ୍ତି।

Leave A Reply