ମମିତା ମେହେର ହତ୍ୟାକାଣ୍ଡ ଘଟଣା- ପୀଡ଼ିତା ପରିବାରଙ୍କୁ ଭେଟିଲେ ରାଜ୍ୟ ମହିଳା କଂଗ୍ରେସ ପ୍ରତିନିଧି ଦଳ

କଂଟାବାଞ୍ଜି :  କଳାହାଣ୍ଡି ଜିଲାସ୍ଥିତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ, ସେହି ସ୍କୁଲର ପରିଚାଳନା କମିିଟି ସଭାପତି ଗୋବିନ୍ଦ ସାହୁ ସ୍କୁଲରେ ବୈଠକ ଥିବା କହି ଫୋନରେ ଡକାଇ ନେବାପରେ ମମିତାଙ୍କୁ ଯେଳିଭାବେ ଅମାନୁଷିକ ବର୍ବରତା ଭାବେ ହତ୍ୟାଘଟଣାରେ ରାଜ୍ୟସାରା ବିଭିନ୍ନ ମହିଳା ସଙ୍ଗଠନ ତରଫରୁ ପ୍ରତିବାଦର ସ୍ୱର ଓ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦୀତା ପରିଡାଙ୍କ ନେତ୍ୱୃତ୍ୱରେ ଏକ ୫ ଜଣିଆ ମହିଳା କଂଗ୍ରେସର ପ୍ରତିନିଧିଦଳ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା ବକ୍ଲ ଅନ୍ତର୍ଗତ ଝରଣୀ ଗ୍ରାମର ପୀଡିତା ପରିବାର ମମିତାଙ୍କର ବାପା ଓ ମାଁ ତୁଳସୀ ମେହେର ଏବଂ ପରିବାର ବର୍ଗ ଙ୍କୁ ସାକ୍ଷାତକରି ସମବେଦନା ଜଣାଇବାସହ ମମିତାଙ୍କର ବାପା ମାଁଙ୍କୁ କୌଣସି ଚାପରେ ଭୟକରିବାର ନାହିଁ, ରାଜ୍ୟ ମହିଳା କଂଗ୍ରେସ ତାଙ୍କ ସାଙ୍ଗରେ ଠିଆହେବା ପାଇଁ ପ୍ରତିଶୃତି ଦେବାସହ ଗାଁର ଅନ୍ୟାନ୍ୟ ମେହେର ପରିବାରକୁ ଭେଟି ସମସ୍ତ ଘଟଣା ଶୁଣିବା ପରେ ଏବଂ ମମିତ ମାଁଙ୍କର ବୟାନ ରେକର୍ଡ କରି ମହଲିଙ୍ଗ ଗ୍ରସ୍ତକରି ମମିତାଙ୍କୁ ବିଭତ୍ସ ସହ ହତ୍ୟା କରି କଲେଜ ପରିସର ଷ୍ଟାଡିୟମରେ ଗାତ ଖୋଲି ପୋଡିବାସହ ପୋତିଦେଇଥିବା ସ୍ଥଳ ରେ ପହଂଚି ପାରିପାର୍ଶିକ ଅବସ୍ଥା ଅନୁଧ୍ୟାନ କରିବା ସହ ଆଂଚଳିକ ମହାବିଦ୍ୟାଳୟର ତଥା ମହାଲିଙ୍ଗର କିଛି ବ୍ୟକ୍ତିଙ୍କୁ ଭେଟି ଏହି ସଂପୂର୍ଣ୍ଣ ଘଟାଣାର ଅନୁଧ୍ୟାନ କରିଥିଲେ।

 

ମହାଲିଙ୍ଗ ଠାରେ ଏହିରାଜ୍ୟ ମହିଳା ପ୍ରତିନିଧି ଦଳଙ୍କୁ ପୋଲିସ ଘଟଣା ସ୍ଥଳକୁ ଯିବା ପାଇଁ ବାଧା ଦେବାରୁ ପୋଲିସ ଓ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରେ ଉତରାଚଂଳ ଡିଆଜି ଦିପକ କୁମାର ଙ୍କ ନିର୍ଦ୍ଦେଶ ପରେ ମହିଳା ପ୍ରତିନିଧି ଦଳଙ୍କୁ ଘଟଣା ସ୍ଥଳକୁ ପୋଲିସ ଛାଡିଥିଲା। ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କଂଟାବାଞ୍ଜି ପୂର୍ତବିଭାଗ ଡାକ ବଙ୍ଗଳଠାରେ ଏକ ସାକ୍ଷାତ କାର ଦେଇ ତୁରନ୍ତ ମମିତାଙ୍କର ପରିବାରଙ୍କୁ ନ୍ୟାୟ ଦେବା ସହ କ୍ଷତିପୂରଣ ଦେବା ଏହି ଜଘନ୍ୟ ନିନ୍ଦନୀୟ ଘଟଣାର ମୂଖ୍ୟ ଆସାମୀ ସନସାଇନ ସ୍କୁଲ ର ମାଲିକ ଗୋବିନ୍ଦ ସାହୁ ଏବଂ ତାର ସହ ଯୋଗୀଙ୍କୁ ଫାଶୀ ଦଣ୍ଡ ନଚେତ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ପ୍ରଦେଶ ମହିଳା କଂଗ୍ରେସ ଦୃଢ ଦାବୀ ଜଣାଉଛି। ଏହା ଏକ ଯୋଜନା ବଧ୍ୟ ଏବଂ ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟାଇଥିବା ସ୍କୁଲ ମାଲିକ ତଥା ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କ ଦୀର୍ଘଦିନ ଧରି ଏହି ପବିତ୍ର ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ ବହୁଦିନ ଧରି ନିର୍ଯାତନା ଦଇଆସୁଥିବା ମହାଲିଙ୍ଗ ଗସ୍ତ ବେଳେ କିଛି ଅଭିଭାବକ ଗାଁ ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ କିନ୍ତୁ ଗୋବିନ୍ଦଙ୍କର ଏ ଅଂଚଳ ଏତେ ପ୍ରଭାବଥିବାରୁ ଲୋକେ ଭୟରେ ସ୍ୱର ଉତୋଳନ କରିପରୁନଥିଲେ।  ଏତେବଡ ଘଟଣାରେ ଗୋବିନ୍ଦଙ୍କର ସାହସ କେଉଁଠି ଆସିବ ଏହା ପଛରେ ପାୱାର ଫୁଲ ବ୍ୟକ୍ତି ତଥା ବିରାଟ ବଡହସ୍ତିଙ୍କର ପରୋକ୍ଷରେ ହାତ ଥିବା ଦର୍ଶାଇ ତୁରନ୍ତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ , ନଚେତ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରନ୍ତୁ ବୋଲି ଦାବି ଜଣାଇବାସହ,ରାଜ୍ୟ ମହିଳା କଂଗ୍ରେସ ତରଫରୁ ରାଜ୍ୟର ବିଭିନ୍ନ ବ୍ଲକରେ ବିକ୍ଷୋଭ ଚାଲିଥିବା ବେଳେ ଆଗାମି ଦିନରେ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରି ତାଙ୍କୁ ତଦନ୍ତ ପରିସର ଭୁକ୍ତ ନକଲେ ଆଗାମୀ ଦିନରେ ରାଜ୍ୟ ମହିଳା କଂଗ୍ରେସ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କୁ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଛନ୍ତି। ରାଜ୍ୟ ମହିଳ କଂଗ୍ରେସ ସଭାପତି ବନ୍ଦିତ ପରିଡାଙ୍କ ସହିତ ସାଧାରଣ ସଂପାଦିକା କୁସୁମ ପ୍ରଧାନ ସଂପାଦିକ ଉର୍ବସୀ ମିଶ୍ର ପ୍ରୀୟସ୍ମିତା ପଣ୍ଡା ପ୍ରଣତି ମିଶ୍ର ଏହି ଟିମରେ ସାମିଲ ଥିଲେ।

Comments are closed.