ମମିତା ମେହେର ହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କୁ ଜାମିନ

ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ଜାମିନ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ୨ ସପ୍ତାହ ଜାମିନ। ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୨ ସପ୍ତାହ ଜାମିନ ମିଳିଛି। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ୨ ସପ୍ତାହ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ମଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ।
ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୨ ସପ୍ତାହ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି। ସେମାନଙ୍କୁ ମେଡିକାଲ ନେବା ପାଇଁ ଘରେ କୌଣସି ବ୍ୟକ୍ତି ନାହାନ୍ତି। ତେଣୁ ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ଗୋବିନ୍ଦ। ଫଳରେ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଏହାକୁ ସରକାରୀ ଓକିଲ ବିରୋଧ କରିଥିଲେ। ତେବେ ସବୁ ଦିଗକୁ ବିଚାରକୁ ନେଇ ହାଇକୋର୍ଟ ତାଙ୍କୁ ୨ ସପ୍ତାହର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି।

 

କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ତତ୍ପର ହୋଇଥିଲା। ତେବେ ଗୋବିନ୍ଦ ସାହୁର ନାଁ ସାମ୍ନାକୁ ଆସିବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା। ଏହା ପରେ ଗୋବିନ୍ଦକୁ ଧରି ଜେରା କରିଥିଲା। ଜେରା ପରେ ପୂରା କାହାଣୀ ସାମ୍ନାକୁ ଆସିଥିଲା। ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ହତ୍ୟା ପରେ ପଡ଼ିଆ ପୋତି ଦେଇଥିବା ଗୋବିନ୍ଦ ସ୍ୱୀକାର କରିଥିଲା। ଏହା ପରେ ପୁଲିସ ଅଭିଯୁକ୍ତ ଗୋବିନ୍ଦ ଓ ତାଙ୍କ ସହଯୋଗୀ ରାଧେକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ସେମାନେ ଜେଲ୍‌ରେ ଅଛନ୍ତି।

Comments are closed.