ମମିତା ମେହେର ହତ୍ୟାକାଣ୍ଡ – ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଏଡିଜେଙ୍କ କୋର୍ଟରେ ଶୁଣାଣି ପାଇଁ ହାଜର ହେଲେ

କଣ୍ଟାବାଞ୍ଜି – ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ ସାଇନ ଇଂଲିଶ ମିଡ଼ିୟମ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦସାହୁ ଓ ସହଯୋଗୀ ରାଧେଶ୍ୟାମ କେତକୀଙ୍କୁ ବୁଧବାରରେ ଶୁଣାଣି ପାଇଁ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ କଡା ସୁରକ୍ଷା ମଧ୍ୟରେ ହାଜର କରାଯାଇଛି । ଉଭୟ ଅଭିଯୁକ୍ତଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦୁର୍ଗା ପାଢ଼ୀ, ଏହି ମାମଲାର କିଛି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କାଗଜାତ ଦେବାପାଇଁ ପିଟିସନ ଜରିଆରେ ମାନ୍ୟବର କୋର୍ଟଙ୍କୁ ଅନୁରୋଧ କରଥିଲେ ।

କିନ୍ତୁ ପ୍ରତିପକ୍ଷ ଆଇନଜୀବୀ ତଥା ସରକାରଙ୍କ ତରଫରୁ ମକଦମା ଲଢୁଥିବା  ସ୍ୱତନ୍ତ୍ର ଭାବେ ନିଯୁକ୍ତ ଓକିଲ ଅମରେନ୍ଦ୍ର ମିଶ୍ର ଗୁରୁତ୍ୱ ପୂର୍ଣ୍ଣ କପି ନ ଦେବାପାଇଁ ଅଦାଲତଙ୍କୁ ଅନୁରୋଧ କରିଥିଲେ,  ଉଭୟପକ୍ଷଙ୍କୁ ଶଣିବା ପରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଆସନ୍ତା ୨୪ ତାରିଖକୁ ପରବର୍ତ୍ତୀ ଶୁଣାଣୀ କରିବେ ବୋଲି ନିର୍ଦ୍ଦଶ ଦେଇଛନ୍ତି ।

Comments are closed.