ମମିତା ହତ୍ୟା ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ୮୫୬୭ ଡାକଘରୁ ବିଜେପିର ଚିଠି

ଭୁବନେଶ୍ୱର: ମହିଳା ସୁରକ୍ଷାର ନାରା ଦେଇ ୨୨ ବର୍ଷ ଧରି ଓଡ଼ିଶାର ଶାସନଗାଦି ଅକ୍ତିଆର କରିଥିବା ବିଜେଡି ସରକାର ଏବେ ମହିଳା ବିରୋଧୀ ପାଲଟିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ୧୯୯୯ରେ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢ଼ାଇଥିଲେ। ଏବେ କ’ଣ ପାଇଁ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପଛଘୁଞ୍ଚା ଦେଉଛନ୍ତି ବୋଲି ଭୁବନେଶ୍ବର ଜିଲା ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି।

ଏହି ପ୍ରସଙ୍ଗକୁ ନେଇ ଜିଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସରକାରୀ ‌େ‌ରଳବାଇ ଥାନାସ୍ଥିତ ଡାକଘର ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇଛନ୍ତି। ଏହି ଅବସରରେ ଶ୍ରୀ ସିଂହ କହିଛନ୍ତି ଯେ ବିଜେଡିରେ ଏବେ ବହୁ ଦୁ‌େ‌ର୍ଯ୍ୟାଧନ ଓ ଦୁଃଶାସନ ସୃଷ୍ଟି ହୋଇଗଲେଣି। ରାଜ୍ୟରେ ନାରୀ ଏବେ ଅସୁରକ୍ଷିତ। ପୁଲିସ ପ୍ରଶାସନ ସରକାରଙ୍କ ହାତବାରିସି ସାଜିଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ରାଜ୍ୟର ୮ହଜାର ୫୬୭ ଡାକଘରେ ଚିଠି ପ୍ରଦାନ କରାଯିବ। ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ପାଇଁ ଆଗାମୀ ଦିନରେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ସିଂହ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର ଓ ସୁରଥ ବିଶ୍ବାଳ ପ୍ରମୁଖ ସାମିଲ ଥିଲେ।

Comments are closed.