ନନ୍ଦୀଗ୍ରାମ ଫଳାଫଳକୁ ନେଇ କୋର୍ଟକୁ ଯିବେ ମମତା

କଲକାତା: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ବିଧାନସଭା ଆସନ ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କୁ ପରାଜିତ ହେବାକୁ ପଡ଼ିଛି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ସୁଭେନ୍ଦୁ ଅଧିକାରୀ ଏହି ଆସନରେ ବିଜୟ ଲାଭ କରିଛନ୍ତି। ତେବେ ସୁଭେନ୍ଦୁଙ୍କ ଏହି ବିଜୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ସେ ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହିତ ଏହା ବିରୋଧରେ କୋର୍ଟକୁ ଯିବେ ବୋଲି ସୋମବାର ସଙ୍କେତ ଦେଇଛନ୍ତି।

ଅନ୍ୟପଟେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। ତେବେ ଏହି ହିଂସା ପଛରେ ଟିଏମସି କାର୍ଯ୍ୟକର୍ତ୍ତାମାନେ ସାମିଲ ଥିବା ବିଜେପି ଅଭିଯୋଗ ଆଣିଥିବାବେଳେ ମମତା ତାହାକୁ ଖଣ୍ଡନ କରିଛନ୍ତି। ଏହାବ୍ୟତୀତ ମମତା ରାଜ୍ୟବାସୀଙ୍କ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଛନ୍ତି। ମମତା କହିଛନ୍ତି, ଆମେ ଜାଣୁ ବିଜେପି ଏବଂ କେନ୍ଦ୍ରୀୟ ବାହିନୀ ପ୍ରବଳ ଅତ୍ୟାଚାର କରୁଛନ୍ତି। ତଥାପି କେହି ହିଂସାରେ ସାମିଲ ନ ହେବାକୁ ମମତା ତାଙ୍କ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ କହିଛନ୍ତି। ଯଦି କାହାର କୌଣସି ଅଭିଯୋଗ ରହିଛି ସେମାନେ ପୁଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ମମତା କହିଛନ୍ତି। କିଛି ଲୋକ ବିଜେପି ପାଇଁ କାମ କରୁଥାଇ ପାରନ୍ତି। ଆମେ ତାହାକୁ ପରେ ଦେଖିବା ବୋଲି ମମତା କହିଛନ୍ତି।

Comments are closed.