ରାଗିଗଲେ ଦିଦି; ପରାକ୍ରମ ଦିବସରେ ଦେଲେନି ଭାଷଣ

କଲକାତା: ନେତାଜୀ ଜୟନ୍ତୀ ଅବସରରେ ଭିକ୍ଟୋରିଆ ମେମୋରିଆଲରେ ଶନିବାର ‘ପରାକ୍ରମ ଦିବସ’ ସମାରୋହ ଆୟୋଜିତ ହୋଇଛି। ଏହି ଅବସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସମାରୋହରେ ଅତିଥି ଭାବେ ଯୋଗଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅସନ୍ତୋଷ କାର୍ଯ୍ୟକ୍ରମରେ କିଛି ସମୟ ପାଇଁ ନକାରାତ୍ମକ ପରିବେଶ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଉଦ୍‌ଘୋଷକ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭାଷଣ ଦେବାକୁ ଆମନ୍ତ୍ରଣ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ କିଛି ଲୋକ ଭାରତ ମାତା କି ଜୟ ଓ ଜୟ ଶ୍ରୀରାମ ନାରା ଦେଇଥିଲେ। ବାସ୍‌ ଏତିକିରେ ଦିଦି ରାଗିଯାଇଥିଲେ।

ଦିଦି କହିଥିଲେ, ଏହା ଏକ ସରକାରୀ କାର୍ଯ୍ୟକ୍ରମ। ଏଥିରେ ମୋତ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ଖୁସି। କିନ୍ତୁ ଆମକୁ ଆମନ୍ତ୍ରଣ କରି ଅପମାନିତ କରିବା ଠିକ୍‌ ନୁହେଁ। ଦିଦି ଏହାର ପ୍ରତିବାଦ କରିବା ସହିତ ଭାଷଣ ଦେବେନାହିଁ ବୋଲି କହି ମାଇକ୍‌ ସାମ୍ନାରୁ ଚାଲିଯାଇଥିଲେ।

Comments
Loading...