ଦେଶରେ ଏବେ ‘ସୁପର ଏମର୍ଜେନ୍ସୀ’ ଚାଲିଛି: ମମତା

ନୂଆଦିଲ୍ଲୀ: ୧୯୭୫ ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହି ଦିନକୁ ବିଜେପି ଗଣତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କହୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ସରକାରକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ୧୯୭୫ର ଆଜିର ଦିନରେ ଘୋଷିତ ଜରୁରିକାଳୀନ ପରିସ୍ଥିତିକୁ ୪୪ବର୍ଷ ପୂରିଛି। କିନ୍ତୁ ଦେଶରେ ଏବେ ‘ସୁପର ଏମର୍ଜେନ୍ସୀ’ ଚାଲିଛି। ବିଗତ ୫ବର୍ଷ ଧରି ଦେଶ ସୁପର ଏମର୍ଜେନ୍ସୀ ଦେଇ ଗତି କରୁଛି। ଆମକୁ ଅତୀତରୁ କିଛି ଶିଖିବା ଜରୁରୀ ଏବଂ ଦେଶରେ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଲଢ଼ିବା ଉଚିତ।

Comments are closed.