ମମତା କୁଲକର୍ଣ୍ଣୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦେଶ

0

ଥାଣେ : ବେଆଇନ ନିଶାଦ୍ରବ୍ୟ କାରବାର ମାମଲାରେ ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କର ମୁମ୍ବଇରେ ଥିବା ସମ୍ପତ୍ତି ବାଜ୍ୟାପ୍ତିି ପାଇଁ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ନିର୍ଦେଶ ଦେଇଛନ୍ତି। ମମତା କିଛି କାଳ ହେଲା ଫେରାର ଥିବାବେଳେ ସେ ମୋମ୍ବାସା କିମ୍ବା କେନ୍ୟାରେ ଆଶ୍ରୟ ନେଇଥିବା କୁହାଯାଉଛି। ମମତା ଦ୍ୱିତୀୟ ବାର ହାଜର ନ ହେବାରୁ ସ୍ୱତନ୍ତ୍ର ଅଦାଲତର ବିଚାରପତି ଏଚ୍‌.ଏମ୍‌ ପଟ୍ଟବର୍ଦ୍ଧନ ମୁମ୍ବଇର ବିଭିନ୍ନ ସ୍ଥାନରେ ଥିବା ମମତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇର୍ ନିର୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନର ବଜାର ଦର ଅନୁସାରେ ୨୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବହୁ କୋଟି ଟଙ୍କା ବୋଇନ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ମମତା ୨୦୧୬ରୁ ଫେରାର ଅଛନ୍ତି। ଏହି ମାମଲାରେ ଭିକି ଗୋସ୍ୱାମୀ ଓ ଜୟ ମୁଖି ନାମକ ଆଉ ଜଣେ ଅଭିଯୁକ୍ତ ଅଛନ୍ତି। ଭିକି ନେତୃତ୍ୱରେ ସେମାନେ ଏକ ନିଶିଦ୍ଧ ନିଶାଦ୍ରବ୍ୟ (ଡ୍ରଗ୍‌) ‘ଇଫେଡ୍ରାଇନ୍‌ ପାଉଡର’ କାରବାର ଽାକେଟ ଚଳାଇଥିବା ତଦନ୍ତକାରୀ ପୁଲିସ ଏହାର ଅଭିଯୋଗ ଫର୍ଦରେ ଦର୍ଶାଇଛି। ଏହି ଽାକେଟରେ ମୋଟ ୧୪ ଜଣ ଥିବା ପୁଲିସ ଦର୍ଶାଇଛି। ୨୦୧୬ରେ ସୋଲାପୁରର ଏକ ଔଷଧ କମ୍ପାନୀ ‘ଲାଇଫ ସାଇନ୍ସେସ୍‌’ରେ ଚଢ଼ଉବେଲେ ଏହି ଽାକେଟର ସନ୍ଧାନ ମିଳିଥିଲା। ଗତ ଫେବୃଆରୀ ମାସରେ ଏହି ଅଭିଯୋଗ ଫର୍ଦ ଦାଖଲ ହୋଇଛି। ଭିକି ଓ ମମତାଙ୍କ ସହ ଅନ୍ୟ ୫ଜଣ ଫେରାର ଅଛନ୍ତି।

Leave A Reply