କପାସପଡ଼ାରେ ମମତା ଦିବସ

ପାଟଣା: ଢେଙ୍କିକୋଟ ନିକଟସ୍ଥ କପାସପଡ଼ା ଅଙ୍ଗନବାଡ଼ି କେନ୍ଦ୍ରଠାରେ ଆଜି ମମତା ଦିବସ ପାଳନ କାର୍ୟ୍ୟକ୍ରମ ଚାଲିଥିବା ବେଳେ ଘଟଗାଁ ବିଡ଼ିଓ ନାରାୟଣ ସାହୁ ଅଚାନକ ସେଠାରେ ପହଞ୍ଚି କାର୍ୟ୍ୟକ୍ରମ ଠିକ୍ ଠାକ୍ ଚାଲିଛି କି ନାହିଁ ଏହାର ତଦାରଖ କରିଛନ୍ତି। ବିଡ଼ିଓ. ଶ୍ରୀ ସାହୁଙ୍କ ସହ ସରପଞ୍ଚ ଗୌରୀ ବାରିକ୍ ମଧ୍ୟ ମମତା ଦିବସ କାର୍ୟ୍ୟକ୍ରମରେ ଉପସ୍ଥିତ ରହି କରୋନା କଟକଣା ସମୟରେ ଗର୍ଭବତୀ ଓ ମହିଳାମାନେ କିପରି ସୁରକ୍ଷିତ ରହିବେ ଓ ସୁସ୍ଥ ରହିବା ନେଇ ଦିଗଦର୍ଶନ ଦେଇଥିଲେ। ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ସରସ୍ଵତୀ ମହାନ୍ତ, ମହିଳା ସ୍ବାସ୍ଥ୍ୟକର୍ମୀ ମନ୍ଦୋଦରୀ ମହାନ୍ତ, ଅଙ୍ଗନବାଡ଼ିକର୍ମୀ ସୁଲୋଚନା ପ୍ରଧାନ ,ଆଶାକର୍ମୀ ଝରଣା ନାଏକ ପ୍ରମୁଖ ମମତା ଦିବସ ପରିଚାଳନା କରିଥିଲେ।

Comments
Loading...