ଗାଙ୍ଗୁଲିଙ୍କୁ ମମତାଙ୍କ ଶୁଭେଚ୍ଛା ; ତୁମେ ଭାରତ ଓ ପଶ୍ଚିମବଙ୍ଗକୁ ଗୌରବାନ୍ବିତ କରିଛ

କୋଲକାତା : ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ହେବାକୁ ଯାଉଛନ୍ତି। ଏନେଇ ସୋମବାର ଦ୍ବିପ୍ରହରରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଗାଙ୍ଗୁଲିଙ୍କୁ ଭାରତ-ପଶ୍ଚିମବଙ୍ଗର ଗୌରବ ବୋଲି କହିଛନ୍ତି।

ମମତା ଟ୍ବିଟ କରି ଲେଖିଛନ୍ତି- ବିସିସିଆଇର ନୂଆ ସଭାପତି ହେବାକୁ ଯାଉଥିବାରୁ ସୌରଭ ଗାଙ୍ଗୁଲି ତୁମକୁ ଶୁଭେଚ୍ଛା। ତୁମେ ଭାରତ ଓ ପଶ୍ଚିମବଙ୍ଗକୁ ଗୌରବାନିତ୍ଵ କରିଛ।

Comments are closed.