ଆମେ ସମୀକ୍ଷା କରିବୁ: ମମତା ବାନାର୍ଜୀ

କୋଲକାତା: ଉଭୟ କେନ୍ଦ୍ର ଏବଂ ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ, ତୃଣମୂଳ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ନିର୍ବାଚନରେ ଦଳର ବିପର୍ଯ୍ୟୟର ସମୀକ୍ଷା କରିବେ। ଗଣତି ଆରମ୍ଭ ହେବାର ୫ଘଣ୍ଟା ପରେ ୪୨ଟି ଆସନ ମଧ୍ୟରୁ ବିଜେପି ୧୯ଟିରେ ଅଗ୍ରଣୀ ହେବା ପରେ ମମତା ଟ୍ୱିଟ କରି ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ପରାସ୍ତ ହୋଇଥିବା ସବୁ ପ୍ରାର୍ଥୀ ହାରକୁ ବ୍ୟକ୍ତିଗତ ଭାବେ ନେବା ଉଚିତ ନୁହେଁ।

ମମତା କହିଛନ୍ତି ଯେ ଦଳ ସମ୍ପୂର୍ଣ ସମୀକ୍ଷା କରିବା ଏବଂ ତା ପରେ ମତାମତ ଉପସ୍ଥାପନ କରିବ। ସେ ଟ୍ୱିଟ କରି କହିଛନ୍ତି ଯେ ଗଣତି ପ୍ରକ୍ରିୟା ଏବଂ ଭିଭିପାଟ ମେଳ ପରେ ସେ ଯାହା କିଛି କହିବେ।

Comments are closed.