ପଶ୍ଚିମବଙ୍ଗରେ ଦୁର୍ଗା ପୂଜା, ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ

କଲକାତା: ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ସମୟରେ ମଣ୍ଡପଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ କହିଛନ୍ତି, ଦୁର୍ଗା ପୂଜା ସମୟରେ ଚାରି ପାର୍ଶ୍ୱରୁ ପୂଜା ମଣ୍ଡପ ଖୋଲା ରହିବା ସହ ମଣ୍ଡପର ପ୍ରବେଶ ଦ୍ୱାରରେ ସାନିଟାଇଜର ରଖାଯିବ। ଏଥିରେ ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି। ଆବଶ୍ୟକ। ପାଣ୍ଡାଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି।

ସେ କହିଛନ୍ତି ଯେ ଦୁର୍ଗା ପୂଜା ପୂର୍ବରୁ ୮୦ ହଜାର ହକରଙ୍କୁ ଏକକାଳୀନ ଅନୁଦାନ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଅନୁଦାନ ଭାବରେ ପ୍ରତ୍ୟେକ ପୂଜା କମିଟିକୁ ୫୦ ହଜାର ଟଙ୍କା ଓ ହକରମାନଙ୍କୁ ୨ହଜାର ଟଙ୍କା ଲେଖାଏଁ ଦିଆଯିବ। ସାରା ଦେଶରେ ଦୁର୍ଗା ପୂଜା ବହୁଳ ଭାବରେ ପାଳନ କରାଯାଉଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଏହା ସବୁଠାରୁ ବଡ ପର୍ବ ଅଟେ।

Comments are closed.