ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମମତା!

ନୂଆଦିଲ୍ଲୀ : ଟିଏମସି-ବିଜେପି ପ୍ରବଳ ବିରୋଧାଭାଷ ପରେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନଡିଏ ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ନେଇ ସୂଚନା ଦେଇଛନ୍ତି। ଏହାକୁ ନେଇ ମମତା କହିଛନ୍ତି ଏକ ସାମ୍ବିଧାନିକ ସଭା, ତେଣୁ ମୁଁ ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ଚେଷ୍ଟାକରିବି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ଟିଏମସିର ୨ବିଧାୟକ ଓ ୪୦ରୁ ଊର୍ଦ୍ଧ୍ବ କାଉଂସିଲର ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପୂର୍ବରୁ କୋଲକତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ ଶୋ ସମୟରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ସୂଚନା ଅନୁସାରେ ଆସନ୍ତା ମେ ୩୦ ତାରିଖରେ ଏନଡିଏ ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦୀ ଦିତ୍ୱୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କୁ ପଦ ଓ ଶପଥର ଗୋପନୀୟତା ପାଠ କରାଇବେ। ଏହାବ୍ୟତୀତ ନରେନ୍ଦ୍ର ମୋଦୀ ନିଜର ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ମଧ୍ୟ ଶପଥ ପାଠ କରିବେ। ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ସଚିବ ଅଶୋକ ମାଲିଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ମେ ୩୦ ତାରିଖ ସଂନ୍ଧ୍ୟା ୭ଟା ସମୟରେ ଏହି ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

Comments are closed.