ମାଲାୟଲମ ଅଭିନେତା ଅଜିତଙ୍କ ପରଲୋକ

0

ତିରୁଅନନ୍ତପୁରମ : ମାଲାୟଲମ ଚଳଚ୍ଚିତ୍ର ଜଗତର ସୁପରିଚିତ ଅଭିନେତା କୋଲାମ ଅଜିତଙ୍କର ଗୁରୁବାର ସକାଳେ ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପେଟଜିନତ ରୋଗରେ ଆକ୍ରାନ୍ତ ହୋଇ ସେ କିଛି ଦିନ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅଶୀ ଦଶକରେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଥିବା ଅଜିତ ଦକ୍ଷିଣ ମାଲାୟଲମ ବ୍ୟତୀତ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ନିର୍ମିତ ୫୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ବିୟୋଗରେ ମାଲାୟଲମ ଚଳଚ୍ଚିତ୍ର ଜଗତର ବହୁ ଅଭିନେତା ଅଭିନେତ୍ରୀ ଶୋକପ୍ରକାଶ କରିଛନ୍ତି।

Leave A Reply