ମାଲ୍ୟାଙ୍କୁ ‘ନ୍ୟାୟିକ ପଳାତକ’ ବିବେଚନା କରାଯିବ: ବ୍ରିଟେନ ଉଚ୍ଚନ୍ୟାୟାଳୟ

0

ଲଣ୍ଡନ : ଠକେଇ ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଜଡିତ ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନର ଉଚ୍ଚ ନ୍ୟାୟାଳୟ ‘ନ୍ୟାୟିକ ପଳାତକ’ ଭାବେ ବିବେଚନା କରିଛନ୍ତି। ବି୍ରଟେନ ଉଚ୍ଚ ଅଦାଲତଙ୍କ କହିବା ଅନୁଯାୟୀ ମାଲ୍ୟା ଆଇନକୁ ଭୁଆଁ ବୁଲାଇ ଋଣ ପରିଶୋଧ କରିବା ପରିବର୍ତ୍ତେ ଲଣ୍ଡନ ପଳାଇଆସିଛନ୍ତି। ତେଣୁ ତାଙ୍କୁ ନ୍ୟାୟ ଠାରୁ ଦୂରେଇ ଯିବା ଅର୍ଥାତ ‘ନ୍ୟାୟିକ ପଳାତକ’ ଭାବେ ବିବେଚନା କରାଯିବ ଦରକାର। ମାଲ୍ୟାଙ୍କର ପ୍ରତ୍ୟର୍ପଣ ପାଇଁ ଭାରତ ସରକାର କରିଥିବା ଆବେଦନ ଉପରେ ଶୁଣାଣି କାଳରେ ଉଚ୍ଚ ନ୍ୟାୟାଳୟ ଏପରି ମତବ୍ୟକ୍ତ କରିଛନ୍ତି। ଭାରତ ସରକାରଙ୍କ ଆବେଦନ ଉପରେ ମାଲ୍ୟା ନିଜର ଯୁକ୍ତି ଉପସ୍ଥାପନ କରିଥିବାବେଳେ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇ ଏପରି ମତ ଦେଇଛନ୍ତି। ବିଚାରପତି କହିଛନ୍ତି ଯେ ମାଲ୍ୟାଙ୍କୁ ‘ନ୍ୟାୟିକ ପଳାତକ’ ଘୋଷଣା କରିବାକୁ ଅନେକ ବୈଧ କାରଣ ରହିଛି। ତେବେ ମାଲ୍ୟା ତାଙ୍କ ଯୁକ୍ତିରେ କହିଥିଲେ ଯେ ୧୯୮୮ରୁ ସେ ଭାରତରେ ଜଣେ ଏନଆରଆଇ ଭାବେ ରହିଆସୁଥିଲେ। ଏପରିକି ୧୯୯୨ରୁ ସେ ଲଣ୍ଡନରେ ରହି ଆସୁଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଏପରି ମତ ମାଲ୍ୟାଙ୍କୁ ବଡ ଝଟକା ଦେଇଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦କୋଟି ଟଙ୍କା ଋଣ ଠକି ଲଣ୍ଡନ ପଳାଇ ଆସିଥିବା ମାଲ୍ୟାଙ୍କୁ ଏବେ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ମଙ୍ଗଳବାର ଲଣ୍ଡନର ଅଦାଲତ ମାଲ୍ୟାଙ୍କ ଠାରୁ ଋଣ ଅର୍ଥ ଆଦାୟ ପାଇଁ ବିଶ୍ୱବ୍ୟାପୀ ଥିବା ତାଙ୍କ ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ ଲାଗି ନିର୍ଦେଶ ଦେଇଥିଲେ। ମାଲ୍ୟାଙ୍କ ଠାରୁ ୧୦ହଜାର କୋଟି ଟଙ୍କା ଋଣ ଆଦାୟ ପାଇଁ ଭାରତର ବିଭିନ୍ନ ବ୍ୟାଙ୍କ ମାମଲା ରୁଜୁ କରିଥିଲେ। ଆଇଡିବିଆଇ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କମାନେ ଏହି ମାମଲା ରୁଜୁ କରିଥିଲେ। ମାଲ୍ୟା ତାଙ୍କର କିଙ୍ଗଫିସର ଏୟାର ଲାଇନ୍ସ ପାଇଁ ନେଇଥିବା ୧୪୦କୋଟି ଡଲାର ଋଣକୁ ଉଦ୍ଦେଶ୍ୟମୂଳକ ଭାବେ ପରିଶୋଧ ନ କରି ବୁଡାଇ ଦେଇଥିଲେ। ଲଣ୍ଡନ ଅଦାଲତର ବିଚାରପତି ଆଣ୍ଡ୍ରୁ୍ୟ ହେନସ କହିଛନ୍ତି ଯେ ମାଲ୍ୟାଙ୍କ ଠାରୁ ଋଣ ଅର୍ଥ ଆଦାୟ ପାଇଁ ଭାରତୀୟ ଅଦାଲତଙ୍କ ରାୟକୁ ବ୍ୟାଙ୍କଗୁଡିକ କାର୍ଯ୍ୟକାରୀ କରିପାରିବେ।

Leave A Reply