ମୁଖ୍ୟ ସୋତ୍ରକୁ ଫେରିବାକୁ ପଥଭ୍ରଷ୍ଟ ଆଦିବାସୀଙ୍କୁ ଆହ୍ୱାନ

0

ମାଲକାନଗିରି – ମାଲକାନଗିରି ଏସ୍‍.ପି. ଜଗମୋହନ ମୀନା ଆଜି ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଲାଲବାହିନୀରେ ଯୋଗ ଦେଇଥିବା ଆଦିବାସୀ ମାନେ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ କରାଯାଇ ଥଇଥାନ କରାଯାଇ ଆତ୍ମ ସ୍ୱାବଲମ୍ବୀ ହେବାକୁ ସୁଯୋଗ ଦିଆଯିବ। ଗତ ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଥଭ୍ରଷ୍ଟ ହୋଇ ବେଆଇନ ସଂଘ ସଂଗଠନ ଗୁଡିକ କିଭଳି ଯୁବ ପୀଢିକୁ ପଥଭ୍ରଷ୍ଟ କରୁଛି ଏବଂ ହିଂସା ମାଧ୍ୟମ ଛାଡି ଗଣତନ୍ତ୍ରକୁ ସମର୍ଥନ କରି ବିକାଶ କ୍ଷେତ୍ରରେ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ଡାକରା ଦେଇଥିଲେ। ତେବେ ଆଜି ଏସ୍‍.ପି. ଶ୍ରୀ ମୀନା ତାଙ୍କ କାର୍ଯ୍ୟାଳୟରେ ତାଙ୍କ ମନ୍ତବ୍ୟରେ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ବିଛିନ୍ନାଂଚଳକୁ ସ୍ୱାଭିମାନ ଅଂଚଳ ଭାବେ ଘୋଷଣା କରିଥିବା ବେଳେ ସ୍ୱାଭିମାନ ଅଂଚଳର ଅଧିବାସୀ ମାନେ ସ୍ୱାଭିମାନ ଭାବେ ବଂଚିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ସରକାର ଏହି ଅଂଚଳରେ ବିକାଶ ପାଇଁ ବର୍ତମାନ ୧୦୦ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବାପାଇଁ ପ୍ରଶାସନକୁ ଜିଲ୍ଲା ପୁଲିସ ସମ୍ପୂର୍ଣ ସହଯୋଗ କରିବ। ତେଣୁ ପଥଭ୍ରଷ୍ଟ ନ ହୋଇ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲହେଲେ ଆର୍ଥିକ ସହାୟତା ସହ ତାଙ୍କ ପରିବାରକୁ ମଧ୍ୟ ସମ୍ପୁର୍ଣ ସହ ଯୋଗ କରାଯିବ। ପଡୋଶୀ ରାଜ୍ୟରୁ ମାଓନେତା ମାନେ ଆସି ହକ୍କର କଥା କହି ଆମ ଆଦିବାସୀ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରୁଛନ୍ତି। ବର୍ତ୍ତମାନ ସରକାରଙ୍କ ବିକାଶ ଧାରା ଦେଖି ଲାଲବାହିନୀ ଛାନିଆ ହୋଇ ଯାଇଛନ୍ତି। ଯେଉଁ ବିକାଶର କଥା କହି ଆଦିବାସୀଙ୍କୁ ହିଂସା ମାର୍ଗରେ ନେଇ ପଥଭ୍ରଷ୍ଟ କରୁଥିବା ମାଓ ସଂଗଠନ ଏବେ ତାଙ୍କ ଦାବୀ ଠାରୁ ଅଧିକ ସରକାରୀ ସୁବିଧା ସୁଯୋଗ ଓ ଉନ୍ନୟନମୁଳକ ମିଳୁଥିବାର ଆଉ ଜନସମର୍ଥନ ମିଳିବ ନାହିଁ ବୋଲି ଆତଙ୍କିତ ହୋଇ ଆମ ଜିଲ୍ଲାର ନିରୀହ ଆଦିବାସୀ ମାନଙ୍କୁ ବିପ୍ଲବ ନାମରେ ପଥଚିତ କରୁଛନ୍ତିା ତେଣୁ ବର୍ତମାନ ବି ସମୟ ଅଛି ସରକାର କେବଳ ଆଦିବାସୀ ମାନଙ୍କ ବିକାଶ ଚାହୁଁଛି, ପୁଲିସ ମାଓ ଦମନ କରିବାରେ ବିଶ୍ୱାସ କରୁନାହିଁ, ବିକାଶରେ ବିଶ୍ୱାସ କରୁଛିା କିନ୍ତୁ ଯେେକୌଣସି ସଂଘ ସଂଗଠନ ଆଇନକୁ ହାତକୁ ନେଇ ଯଦି ଗଣତନ୍ତ୍ର ବିରୋଧ ହୁଏ ଆମେ ନିଶ୍ଚିତ ଭାବରେ ତାଙ୍କୁ ଦମନ କରିବୁା ଏଥିରେ ଦ୍ୱିମତ ନାହଁ ବୋଲି ପ୍ରକାଶ କରିଥିଲୋ ତେଣୁ ବର୍ତମାନ ବି ସମୟ ଅଛି ଗଣତନ୍ତ୍ରକୁ ସପକ୍ଷ କରିବା ସହ ଜିଲ୍ଲାରେ ବିକାଶ କ୍ଷେତ୍ରରେ ଆଗେଇ ଆସିବା ସହ ପଡୋଶୀ ରାଜ୍ୟର ନେତାଙ୍କ ପ୍ରଲୋଭନରେ ବିଶ୍ୱାସ ନକରି କିଭଳି ଆଦିବାସୀ ଅଂଚଳରେ ବିକାଶ ହେବ ସେଥିପାଇଁ ଯୁବ ପୀଢି ଆଗେଇ ଆସିବାକୁ ଶ୍ରୀ ମୀନା ଆଜି ଆହ୍ୱାନ ଦେଇଛନ୍ତିା ତେବେ ଏସ୍‍.ପିଙ୍କ ଏହି ଆହ୍ୱାନ ଆଗାମୀ ଦିନରେ ମାଓ ସଂଗଠନ ପ୍ରତି କେତେଦୂର ପ୍ରଭାବ ପଡିବ ତାହା ଦେଖିବାକୁ ରହିଲା।

Leave A Reply