ମାଲକାନଗିରି ବେଜିଙ୍ଗ ଠାରେ ମାଓ ସମର୍ଥକଙ୍କ ମେଳି

0

ମାଲକାନଗିରି : ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ବେଜିଙ୍ଗ ଠାରେ ମାଓ ସମର୍ଥକ ମେଳି କରିଛନ୍ତି । ୫ଟି ପଞ୍ଚାୟତର ଶତାଧିକ ମାଓ ସମର୍ଥକ ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ବିଚ୍ଛିନ୍ନାଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟ କ୍ଷତିର ଭରଣା ପାଇଁ ଅର୍ଥ ଦାବି କରିଛନ୍ତି। ଏହାସହ ବାଲିମେଳା ଜଳ ଭଣ୍ଡାରରୁ ଜଳ କମାଇବା ପାଇଁ ଦାବି କରିଛନ୍ତି । ବିଚ୍ଛିନ୍ନ ଅଞ୍ଚଳରେ ଆଜି ମଧ୍ୟ ବିକାଶ ପହଞ୍ଚି ପାରିନି । ସ୍ୱାଭିମାନ ଅଞ୍ଚଳ ଘୋଷଣା କରାଯାଇଛି ସତ କିନ୍ତୁ ବିକାଶ ଠାରୁ ଏହା ଅପହଞ୍ଚ ବୋଲି ସରକାରଙ୍କୁ ଦୃଢ଼ ନିନ୍ଦା କରି ଏହି ମେଳିର ଆୟୋଜନ କରାଯାଇଛି ।

Leave A Reply