ଖାପ୍ ପଞ୍ଚାୟତ ଉଜାଡି ଦେଲା ପ୍ରେମୀ ଯୁଗଳଙ୍କ ସଂସାର

ବିବାହର ଏକ ସପ୍ତାହ ପରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ

ମାଲକାନଗିରି: ଖାପ୍ ପଞ୍ଚାୟତ ଉଜାଡି ଦେଇଛି ପ୍ରେମୀ ଯୁଗଳଙ୍କ ସୁନାର ସଂସାର। ବିବାହ ବନ୍ଧନର ଏକ ସପ୍ତାହ ମଧ୍ୟରେ ସାମାଜିକ ବିଛେଦ ଯୋଗୁଁ ବିଷ ପିଇ ଆତ୍ମହତୟା କରିଛନ୍ତି ସ୍ୱାମୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଞ୍ଚାୟତର ଏମ୍.ଭି, ୯ ଗ୍ରାମରେ। ଘଟଣାରୁ ପ୍ରକାଶ ଏମ୍.ଭି. ୯ ଗ୍ରାମର ସଞ୍ଜୀବ ହାଲଦାରଙ୍କ ଗତ ଦୁଇବର୍ଷ ଧରି ନିକଟସ୍ଥ ବୋଇଲାପାରୀ ଗ୍ରାମର ଜଣେ କୋୟା ସମ୍ପ୍ରଦାୟର ଆଦିବାସୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ଉଭୟ ପ୍ରେମୀ ଯୁଗଳ ବିବାହ ବୟସ ପ୍ରାପ୍ତ ହେଲା ପରେ ଗତ ୧୪ ତାରିଖ ଦିନ ନୋଟାରୀଙ୍କ ନିକଟରେ ପଞ୍ଜୀକରଣ କରିଥିଲ। ଏହାପରେ ଗତ ୧୫ ତାରିଖ ରବିବାର ଦିନ ଏମ୍.ଭି. ୯ଗ୍ରାମର ଏକ ମନ୍ଦିରରେ ବୈଦିକ ରୀତି ନୀତି ଅନୁସାରେ ଗ୍ରାମବାସୀଙ୍କ ସହମତିରେ ବିବାହ କରିଥିଲ। ସୋମବାର ୧୬ ତାରିଖ ଦିନ ବୋଇଲାପାରି ଗ୍ରାମରୁ କନ୍ୟାଙ୍କ ପିତା ଇର୍ମା ମାଡକାମି ଏମ୍.ଭି. ୯ ଗ୍ରାମରେ ଏକ ଦରଖାସ୍ତ ମାଧ୍ୟମରେ କନ୍ୟାଙ୍କ ମାତାଙ୍କ ଦେହ ଅସୁସ୍ଥ ହେବା ସହ ତାଙ୍କୁ ସାମାଜିକ ଭାବେ ପୁନର୍ବାର ବିବାହ କରିବେ ବୋଲି ଲିଖିତ ଦେଇ ଭାବେ ଜଣାଇ ଝିଅକୁ ନିଜ ଘରକୁ ନେଇ ଯାଇଥିଲ। ସେଠାକୁ ନେଇ ନିକଟବର୍ତ୍ତି ପ୍ରାୟ ୫ଟି ଗ୍ରାମରୁ ୨୦୦ରୁ ଅଧିକ ଲୋକ ବସି ଖାପ୍ ପଞ୍ଚାୟତ କରିଥିଲେ।

 

ସେଠାରେ ସମ୍ପୃକ୍ତ ବଙ୍ଗୀୟ ଯୁବକ ଆଦିବାସୀଙ୍କ ଝିଅଙ୍କ ସହ ବିବାହ କରିପାରିବେ ନାହିଁ ବୋଲି ପଞ୍ଚାୟତରେ ନିଷ୍ପତ୍ତି ନେଇ ସ୍ୱାମୀ ସ୍ତ୍ରୀଙ୍କୁ ଅଲଗା କରି ଦେଇଥିଲେ ଏବଂ ଉଦ୍ଦେଶ୍ୟମୂଳକ ଭାବେ କନ୍ୟାକୁ ଏକ ଘର ମଧ୍ୟରେ ଅଟକ ରଖା ଯାଇଥିବା ଏମ୍.ଭି. ୯ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ତେବେ ଏହି ବିଛେଦକୁ ସହି ନ ପାରି ସମ୍ପୃକ୍ତ ଯୁବକ ରବିବାର ଦିନ ଅର୍ଥାତ ତା. ୨୨ ତାରିଖ ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗ୍ରାମବାସୀ ଉକ୍ତ ଯୁବକଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କଲା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଛେଦ ହେବା ପରେ ଆଜି ସମ୍ପୃକ୍ତ ଯୁବକଙ୍କ ଅନ୍ତିମ କ୍ରିୟା ସମାପନ ହୋଇଛି। ଅନ୍ୟ ପକ୍ଷରେ ଏହି ବୈଠକରେ ପୂର୍ବତନ ବିଧାୟକ ମାନସ ମାଡକାମି, ସମାଜସେବୀ ସନୁ ଅନୁଗୁ, ବିଧାୟକ ପ୍ରତିନିଧି ଜରାଶବର ମାଢି ଭଳି ଅନେକ ଆଦିବାସୀ ନେତା ଉପସ୍ଥିତ ରହିଥିଲେ। ତଥାପି ଏଠାରେ ଖୋଲାଖୋଲି ବାବେ ଖାପ୍ ପଂଚାୟତ କରି କିଭଳି ସରକାରଙ୍କ ନୀତି ନୀୟମକୁ ବେଖାତିର କରି ଦମ୍ପତିଙ୍କୁ ଅଲଗା କରି ଦେଇଛନ୍ତି ବୋଲି ଏମ୍.ଭି,. ୯ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତିା ବିଶେଷ କରି ସରକାରଙ୍କ ନୀତି ନିୟମ ଅନୁ ଯାୟୀ କୌଣସି ଜାତି ଭେଦଭାବ ନ ହୋଇ ଉପଯୁକ୍ତ ବୟସ ପ୍ରାପ୍ତ ହେବା ପରେ ଯେକୌଣସି ସମ୍ପ୍ରଦାୟର ଦୁଇଜଣ ଯୁବକ ଯୁବତୀ ବିବାହ ହୋଇ ପାରିବେ। ତେବେ ଏଥି ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ସହାୟତା ମଧ୍ୟ ରହିଛି। ବର୍ତ୍ତ ମାନ ସମାଜରେ ଭିନ୍ନ ସମ୍ପ୍ରଦାୟର ବାହାଘରକୁ ହିନ ଦୃଷ୍ଟିରେ ଦେଖା ଯାଇ ଖାପ୍ ପଞ୍ଚାୟତ ମାଧ୍ୟମରେ ଗୋଟିଏ ଦମ୍ପତିଙ୍କ ସଂସାର ଭାଙ୍ଗି ଦେବା ଘଟଣା ସମସ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛିା ଏ ସମ୍ପର୍କରେ ଏମ୍.ଭି.୯ ଗ୍ରାମବାସୀ ଥାନାର ଦ୍ୱାରସ୍ତ ହୋଇ ଅଭି ଯୋଗ କରିଥିବା ସୂଚନା ମିଳିଛି।

Comments are closed.