ବାର ଫୁଟ ଲମ୍ବର ଅଜଗର  ସାପ ଉଦ୍ଧାର 

ମାଲକାନଗିରି: ଆଜି ମାଲକାନଗିରି ଜିଲା ଏମଭି-୧୧ ଗ୍ରାମରେ  ସୁନ୍ଦର ସିଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଛ ପାଖ ଗଛ ଉପରେ ଏକ ୧୨ ଫୁଟର ଅଜଗର ସାପକୁ ସ୍ନେକ ହେଲପ୍‌ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି। ଏହି ସାପଟି ଆଜି ସନ୍ଧ୍ୟାରେ ସିଲଙ୍କ ଘର ପଛରେ ଥିବା କୁକୁଡ଼ା ଭାଡ଼ିକୁ କୁକୁଡ଼ା ଖାଇବାକୁ ଆସିଥିଲା। ପରିବାର ଲୋକ ସାପକୁ ଦେଖି ସ୍ନେକ ହେଲପ୍‌ ଲାଇନକୁ ଖବର ଦେଇଥିଲେ। ଏହାପରେ ସ୍ନେକ ଲାଇନର ନାନୁ ଆସି ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।

Comments are closed.