ମାଲକାନଗିରି ଜିଲ୍ଲାବାସୀଙ୍କ ଉନ୍ନତିରେ ବାଧକ ସାଜିଛି ଶାସକ ଦଳ – ସିପିଆଇ (ଏମ୍‌) ରାଜ୍ୟ ସମ୍ପାଦକ

ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୁଆ ବୁଲାଉଛନ୍ତି ରାଜ୍ୟ ସରକାର – ଅଳି କିଶୋର ପଟ୍ଟନାୟକ

ମାଲକାନଗିରି: ସିପିଆଇ (ଏମ୍‌) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଆଜି ମାଲକାନଗିର ଜିଲ୍ଲା ଗସ୍ତ କରି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୁଆ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତିା ମୁଖ୍ୟମନ୍ତ୍ରୀ ଗତମାସ ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ହେଲ୍‌ତ କାର୍ଡର ଶୁଭାରମ୍ବ କରିଥିଲୋ ଏହି କାର୍ଡ ଯେଉଁମାନେ ପର୍ୱରୁ ରାସନ କାର୍ଡ ପାଇଥିଲେ ସେମାନେ କେବଳ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ଓ ସେମାନଙ୍କୁ ହିଁ କାର୍ଡ ଦିଆଯିବା ସହ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲୋ କିନ୍ତୁ ପୂର୍ବରୁ ୨୦୧୨ ମସିହାରେ ଯେଉଁ ରାସନକାର୍ଡଧାରିମାନେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କାର୍ଡ ପାଇଥିଲେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଏପର୍ଯ୍ୟନ୍ତ ଏହି ସୁବିଧା ପାଇନାହାନ୍ତିା

ସେ କହିଛନ୍ତି, ଯେଉଁ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇଥିଲା ସେଥିରୁ ପ୍ରକୃତ ହିତାଧିକାରୀ ନ ପାଇ ଧନୀ ଶ୍ରେଣୀର ହିତାଧିକାରୀମାନଙ୍କୁ ଦଳୀୟ ଭିତ୍ତିରେ ରାସନ କାର୍ଡ ଦିଆଯାଇଥିଲ।। ଯାହା ଫଳରେ ଆମ ମାଲକାନଗିରି ଜିଲ୍ଲା ଓ ରାଜ୍ୟରେ ଅନେକ ଗରୀବ ଶ୍ରେଣୀର ଲୋକ ଏଥିରୁ ବଂଚିତ ହୋଇଛନ୍ତିା ମୁଖ୍ୟମନ୍ତ୍ରୀଙ୍କ ସହ ମାଲକାନଗିରି ଜିଲ୍ଲାକୁ ୮ ଜଣ ମନ୍ତ୍ରୀ, ୧୦ ଜଣ ନିଗମ ଅଧ୍ୟକ୍ଷ, ସାସଂଦ ଓ ବିଧାୟକମାନେ ଏକ ସପ୍ତାହ ଧରି ମାଲକାନଗିରି ଜିଲ୍ଲାରେ ଏହି ସ୍ମାର୍ଟ କାର୍ଡ ବାଂଟି ଲୋକଙ୍କୁ ପରୋକ୍ଷରେ ଦଳକୁ ଭୋଟ ଦେବା ପ୍ରୟାସ କରିଛନ୍ତିା ପ୍ରଶାସନ ଓ ଅଧିକାରୀମାନେ ଯେଉଁ କାର୍ଯ୍ୟ କରିବା କଥା ସେହି କାର୍ଯ୍ୟ କିପରି ମନ୍ତ୍ରୀ, ସାଂସଦ, ବିଧାୟକ, ଅଧ୍ୟକ୍ଷମାନଙ୍କୁ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତିା

ମାଲକାନଗିରି ଜିଲ୍ଲାରେ ଏକ ସପ୍ତାହ ବୁଲି ଅନ୍ୟ ଦଳର କର୍ମୀ ଓ ନେତା ମାନଙ୍କୁ ନିଜ ଦଳରେ କିପରି ସାମିଲ କରାଯିବ ତାହା ଏକ ପ୍ରୟାସ ଥିଲ।। ନିଜେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଆସି ପୋଲାଭରମ ପ୍ରକଳ୍ପ ଦ୍ୱାରା ଜିଲ୍ଲାରେ କଣ କ୍ଷତି ହେବ, ବିସ୍ତାପିତ ମାନେ କିପରି ଥଇଥାନ ହେବେ ସେ ସମ୍ବନ୍ଧରେ ପାଟି ଖୋଲିଲେ ନାହିାଁ ଆନ୍ଦ୍ର ସରକାର କେନ୍ଦ୍ର ସରକାରଙ୍କ ନିକଟବର୍ତୀ ହେଉଛନ୍ତି ଓ ଓଡିଶା ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଆତ୍ମ ସମର୍ପଣ କଲାପରି ମନେ ହେଉଛିା ଆଗାମୀ ଦିନରେ ସିପିଆଇ (ଏମ୍‌) ଦଳ ତରଫରୁ ଶାସକ ଦଳ ବିରୁଦ୍ଧରେ ଜିଲ୍ଲାରେ ଆନ୍ଦୋଲନ କରାଯିବା ସହ ସରକାରଙ୍କ ପ୍ରକୃତ ମୁଖା ଖୋଲି ଦିଆଯିବ ବୋଲି ପ୍ରକାଶ କରିଛନ୍ତିା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବ୍ରଜ ମାଝୀ, ଜିଲ୍ଲା କମିଟି ସଭ୍ୟ କୃଷ୍ଣ ପାଣ୍ଡି, ଶାଖା ସମ୍ପାଦକ ରଘୁନାଥ ହନ୍ତାଳ ଓ ବାବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲୋ

Comments are closed.