ସୀମାନ୍ତରେ ମାଓବାଦୀ ପୁଲିସ ମୁହାଁମୁହିଁ, ଦୁଇ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ କୋଣ୍ଡାଗାଁ ଜିଲା ଅନ୍ଦ୍ରୁନି ଓ କୁଆମାରି ଜଙ୍ଗଲରେ ମାଓବାଦୀଙ୍କ ଏକ ଶିବିର ଥିବା ଖବର ପାଇ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ ତିୱାରୀଙ୍କ ନେତୃତ୍ୱରେ ଡିଆରଜି ପକ୍ଷରୁ କେସକାଲ ଅଞ୍ଚଳରୁ ପ୍ରାୟ ୪୦ଜଣ ଯବାନ କୁମ୍ବିଂ ଅପରେସନକୁ ଯାଇଥିବାବେଳେ ମାଓ ଶିବିର ନିକଟରେ ପୁଲିସ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ପ୍ରାୟ ୪ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ପୁଲିସ ଗୁଳିରେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଏମାନେ ଦଣ୍ଡକାରଣ୍ୟ ମାଓ ଡିଭିଜନର ସଦସ୍ୟ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରୁ ଚାରିଟି ଅତ୍ୟାଧୁନିକ ବନ୍ଧୁକ ସମେତ ବିସ୍ଫୋରକ ସାମଗ୍ରୀ ଓ ମାଓ ବ୍ୟବହୃତ ସାମଗ୍ରୀକୁ ପୁଲିସ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।

Comments are closed.