ମହାମାରୀ ଡର, ଆତ୍ମସମର୍ପଣ କଲେ ମାଓ ଦମ୍ପତି

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲସେନା। କେତେବେଳେ ଭାକ୍ସିନ ଲୁଟ, ପୁଣି କେତେବେଳେ ବର୍ବରୋଚିତ ହତ୍ୟାକାଣ୍ଡ କରି ଆତଙ୍କ ସୃଷ୍ଟି କରୁଥିବା ଲାଲ ବାହିନୀ ଆଜି ନିଜର ସ୍ଥିତି ନେଇ ଚିନ୍ତିତ। ମହାମାରୀ ପଞ୍ଝାରେ କବଳିତ ହୋଇଛି ମାଓଗଡ଼। ଶତାଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ତୁରନ୍ତ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ପୁଲିସ ବିଭାଗ ଆହ୍ବାନ ଦେଇଛି। ଏହି କ୍ରମରେ ଏକ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। କରୋନା ଭୟ ହେଉ କି ଅନ୍ୟ କୌଣସି କାରଣ ଆଜି ବସ୍ତର ଆଇ.ଜି. ପି.ସୁନ୍ଦର ରାଜଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ କାଙ୍କେର ଜିଲାର ପ୍ରତାପପୁର ଆଞ୍ଚଳିକ କମିଟିରେ ସକ୍ରିୟ ଥିବା ଏହି ମାଓ ଦମ୍ପତି କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ। ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମ ସମର୍ପଣ କରିଛନ୍ତି। ଦୁଇ ମାଓବାଦୀଙ୍କ କରୋନା ପରୀକ୍ଷାରେ ପଜିଟିଭ ବାହାରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ ଚିକିତ୍ସାଳୟ ପଠାଯାଇଛି। ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଦାୟର ହୋଇଛି। ତଥାପି ମାଓ ଦମ୍ପତି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବାରୁ ଥଇଥାନ ନିୟମାନୁ ଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ବସ୍ତର ଆଇଜି ପ୍ରକାଶ କରିଛନ୍ତି।

Comments
Loading...