ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ନନ୍ଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରା ଯାଇଛିା ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ପୋଡି ଦିଆ ଯାଇଥିବା ବେଳେ ଶରୀରର ଅବଶିଷ୍ଟ ଅଂଶକୁ ଶାବେରୀ ନଦୀ କୁଳରେ ପୋତି ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ନାଁ କାରାମ କାନା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ନନ୍ଦାଗୁଡା ଗ୍ରାମର କିଛି ଲୋକ କାରାମ କାନାଙ୍କୁ ଘରୁ ଡାକିଆଣି ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲୋ ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିଲୋମିଟର ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀରରୁ ଅଲଗା କରି ପୋଡି ଦେଇଥିଲୋ ମୃତଦେହର ଅବଶିଷ୍ଟ ଅଂଶକୁ ନଦୀକୁଳରେ ଥିବା ବାଲିପଠାରେ ପୋତି ଦେଇଥିଲୋ ସକାଳେ ମୃତକଙ୍କ ସ୍ତ୍ରୀ କରାମା ଭିମେ ପଡ଼ିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଛାନଭିନ ଆରମ୍ଭ କରିଥିଲୋ ଛାନଭିନ ପରେ  ପୋତା ଯାଇଥିବା ଶରୀରରକୁ ସାଇଣ୍ଟିଫିକ ଟିମ୍‍ ଓ ନିର୍ବାହୀ ଅଧିକାରୀ ଉପସ୍ଥିତିରେ ନଦୀ ପଠାରୁ ବାଲି ଖୋଳି ଉଦ୍ଧାର କରା ଯାଇଥିଲା। ହତ୍ୟାରେ ସମ୍ପୃକ୍ତ ସନ୍ଦେହରେ ପୁଲିସ  କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚୁରା ଜାରି ରଖିଛି।

Comments are closed.