ମାଲକାନଗିରି ଜିଲ୍ଲାରେ ଧାନମଣ୍ଡିର ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ କିଣାଯିବ୭.୫ଲକ୍ଷ କ୍ବିଣ୍ଟାଲ ଧାନ

ଚାଷୀ ପଞ୍ଜୀକରଣ ୧୪ ପ୍ରତିଶତ ବୃଦ୍ଧି, ମଣ୍ଡି ବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ଉଷ୍ଣତା

ମାଲକାନଗିରି: ମାଲକାନଗିରି ଜିଲାରେ ସୋମବାର ଦିନ ଧାନମଣ୍ଡିର ଶୁଭାରମ୍ଭ ହୋଇ ଯାଇଛି। ଏହି ଅବସରରେ ଜିଲାପାଳ ଓଆଇ ବିଜୟ ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ରାମେଶ୍ୱର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାୟକ, ମାଲକାନଗିରି ଲ୍ୟାମ୍ପ ପରିଚାଳକ ଅଭିମନ୍ୟୁ ନାୟକ, ବିଭିନ୍ନ ଅଞ୍ଚଳର ଚାଷୀ ଏବଂ ମିଲ ମାଲିକ ମାନେ ଉପସ୍ଥିତ ଥିଲ। ଏହା ବ୍ୟତୀତ ଆଜି ଦିନରେ ତାର୍ଲାକୋଟା, କୁଡୁମୁଲୁଗୁମ୍ମା, ସାଲିମି, ଏମ୍‌ଭି ୭୨, ଏମ୍‌ପିଭି ୮୧, ଖଡିମାଟି, ପଡିଆ, ମେକ୍କା, କାଲଦାପାଲ୍ଲୀ, ପୋଟେରୁ, ପୁୁରୁଣା ଚିମଟାପାଲ୍ଲୀ, ରାସବେଡା, ଡୁଡାମେଟା ଓ ତଣ୍ଡାପାଲ୍ଲୀ ଠାରେ ଧାନମଣ୍ଡିର ଶୁଭାରମ୍ଭ ହୋଇଛି।

 

ଅଗ୍ରୀମ ଟୋକନ ପାଇଥିବା ପ୍ରତ୍ୟେକ ଚାଷୀ ଦିନକୁ ୪୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିବୋ ୪୮ ଘଣ୍ଟା ମଧ୍ୟରେ ଅନଲାଇନ ମାଧ୍ୟମରେ ସମ୍ପୃକ୍ତ ଚାଷୀଙ୍କ ବ୍ୟାଙ୍କ ଖାତାରେ ଅର୍ଥ ଜମା କରିବାର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ସାଧାରଣ ଧାନ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ କରା ଯାଇଥିବା ବେଳେ ଗ୍ରେଡ୍ ଏ ଦାନ ୧୮୮୮ ଟଙ୍କା ଧାର୍ଯ୍ୟ କରା ଯାଇଛି। ଏହି ଦାନ ମଧ୍ୟରେ ବାହ୍ୟ ପଦାର୍ଥ, ମାଟି, ଗୋଡି, କାଠି,. କୁଟା ଓ ଅଗାଡି ଥିବା ଧାନରେ ୧ ପ୍ରତିଶତ, ନିକୃଷ୍ଟ ବେରଙ୍ଗୀ ଓ ପୋକଖିଆ ଧାନରେ ୫ ପ୍ରତିଶତ, ଅପରିପକ୍ୱ, ମକ୍କା ବା ଚାଉଳ ବାହାରୁ ନଥିବା ଧାନରେ ୩ ପ୍ରତିଶତ, ସରୁଧାନରେ ମିଶ୍ରିତ ମୋଟା ଧାନରେ ୬ ପ୍ରତିଶତ ଓ ଜଳୀୟ ଅଂଶ ଥିବା ଧାନରେ ୧୭ ପ୍ରତିଶତ କଟା ଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ବିଶେଷ କରି ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସର ଧାନ ମଣ୍ଡିରେ ଦଲାଲ ମୁକ୍ତ କରିବା ନିମନ୍ତେ ସିସିଟିଭିର ବ୍ୟବସ୍ଥା କରା ଯାଇଛି। ତେବେ ବିଗତ ବର୍ଷ ଠାରୁ ଚଳିତ ବର୍ଷ ୧୪ ପ୍ରତିଶତ ଚାଷୀଙ୍କ ନାମ ପଞଜିକରଣ ବର୍ଦ୍ଧିତ ହୋଇଥିବା ବେଳେ ସେହି ଅନୁପାତରେ ଧାନ କିଣାରେ ସଠିକ ବ୍ୟବସ୍ଥା କରା ଯାଇନାହିଁ। ବିଗତ ବର୍ଷ ମାଲକାନଗିରି ମଣ୍ଡିରେ ୯୧୫ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ସପ୍ତାହକୁ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ତିନୋଟି ମଣ୍ଡି ମାଧ୍ୟମରେ ୯୦୦୦ କ୍ବିଣ୍ଟାଲ୍‌ ଧାନ କିଣାର ବ୍ୟସ୍ଥା କରା ଯାଇଥିଲ।
କିନ୍ତୁ ଚଳିତ ବର୍ଷ ଚାଷୀ ପଞ୍ଜିକରଣ ବର୍ଦ୍ଧିତ ହୋଇ ୯୯୪ ଜଣ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ସପ୍ତାହକୁ ଦୁଇଟି ମଣ୍ଡି ଯଥା ସୋମବାର ଓ ଶୁକ୍ରବାର ଦିନ ୪୦୦୦ କ୍ବିଣ୍ଟାଲ୍‌ ଦାନ କିଣା ଯିବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ଉଷ୍ଣତା ଦେଖା ଦେଇଛିା ତେବେ ପ୍ରଥମ ଦିନରେ ୫୫ ଜଣ ଚାଷୀଙ୍କ ଠାରୁ ୨୦୦୦ କ୍ୱିଂଟାଲ ଧାନ କିଣଆ ଯିବ ଏବଂ ଆଗାମୀ ଦିନରେ ସେହି ଅନୁପାତରେ ଚାଷୀଙ୍କ ଠାରୁ ଦାନ କିଣା ଯିବାର ବ୍ୟବସ୍ଥା ରହିଛିା ତେବେ ମଣ୍ଡି ବ୍ୟବସ୍ଥାକୁ ପରିବର୍ତନ କରା ଯାଇ ଚାଷୀ ଅନୁପାତରେ ଧାନ କିଣିବା ଟାର୍ଗେଟ ବଢାଇବା ନିମନ୍ତେ ଚାଷୀ ମହଲରେ ଦାବି ହୋଇଛି।

Comments are closed.