ସୀମାନ୍ତରେ ପୁଲିସ ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଦୁଇ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଯବାନ ଆହତ ହୋଇଛନ୍ତି ବୋଲି ବିଜାପୁର ଏସ୍‌ପି କମଲଲୋଚନ କାଶ୍ୟପ ସୂଚନା ଦେଇଛଛନ୍ତି।

 

ତାମେଡ ଥାନା ଅନ୍ତର୍ଗତ ଭଡିଗୁଡା ଗ୍ରାମ ନିକଟରେ ମାଓବାଦୀଙ୍କ ଏକ କ୍ୟାମ୍ପ ଥିବା ଖବର ପାଇ ଡିଆର୍‌ଜି ପକ୍ଷରୁ ଏହି ଅଞ୍ଚଳରେ କୁମ୍ବିଂ ଅପରେସନ କରୁଥିବା ସମୟରେ ଗୁଳି ବିନିମୟ ଘଟିଥିଲ। ଘଟଣା ସ୍ଥଳରେ ଜଣେ ମାଓବାଦୀ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଡିଆର୍‌ଜି ଯବାନ ଆହତ ହୋଇଛନ୍ତି। ଘଟଣା ସ୍ଥଳରୁ ବୋମା ଓ ବିସ୍ପୋରକ ସାମଗ୍ରୀକୁ ପୁଲିସ ଜବତ କରିଛି।

Comments
Loading...