ମାଲକାନଗିରି: ୫୦% ଲୋକଙ୍କ ବଢ଼ିଛି ଆଣ୍ଟିବଡ଼ି

ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଅଞ୍ଚଳରେ ୫୦% ଲୋକଙ୍କ ଆଣ୍ଟିବଡ଼ି ବଢ଼ିଛି। ହାରାହାରି ଆଣ୍ଟିବଡ଼ି ବଢ଼ିଥିବା ନେଇ ଜିଲାପାଳ ମନୀଷ ଅଗ୍ରୱାଲ୍‌ଙ୍କ ସୂଚନା ଦେଇଛନ୍ତି। ଜିଲାପାଳ ମନୀଷ ଅଗ୍ରୱାଲ୍‌ କହିଛନ୍ତି ଯେ ମାଲକାନଗିରିରେ ଗତ ୬, ୭ ଓ ୮ ତାରିଖରେ ସେରୋଲୋଜିକାଲ୍‌ ସର୍ଭେ କରାଯାଇଥିଲା। ସେରୋଲୋଜିକାଲ୍‌ ସର୍ଭେ ପାଇଁ ୧୬୧୩ ଲୋକଙ୍କଠାରୁ ସାମ୍ପଲ୍‌ ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା। ୧୦୧୮ ରାଣ୍ଡମ୍‌ ବେସିସ୍‌ ଏବଂ ୫୯୫ ହାଇରେସିଓ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା। ମାଲକାନଗିରି ଜିଲା ପ୍ରଶାସନ ଏବଂ ଆର୍‌ଏମ୍‌ଆର୍‌ସି ସହଯୋଗରେ ଟେଷ୍ଟ କରାଯାଇଥିଲା ଏବଂ ଟେଷ୍ଟ ରିପୋର୍ଟରୁ ୫୦% ଲୋକଙ୍କ ଆଣ୍ଟିବଡ଼ି ବଢ଼ିଥିବା ଜଣାପଡ଼ିଥିଲା।

Comments are closed.