ମାଲକାନଗିରି ଜିଲ୍ଲାର କଚେଲି ଗାଁ ରେ ଅଭାବନିୟ ଘଟଣା, ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କଚେଲି ଗାଁରେ ଅଭାବନିୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମା’ ଓ ଝିଅକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ଖବର ଜାଣିବା ପରେ ଘଟଣା ସ୍ଥଳରେ ଡାକ୍ତରୀ ଟିମ ପହଞ୍ଚି ପରିବାର ର ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲିଠାରୁ ଏମାନଙ୍କ ଦେହ ଖରାପ ଥିବାବେଳେ ସେମାନଙ୍କୁ ଡାକ୍ତରଙ୍କ ପାଖକୁ ନିଆ ନ ଯାଇ ଗୁଣିଆ ପାଖକୁ ଯାଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ପରବର୍ତ୍ତି ସମୟରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ୩ ଭାଇଭଉଣୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଖବର ଦିଆଯାଇଛି ବୋଲି ସୂଚନା ମିଳିଛି।

Comments are closed.